Masthead

ଫେବୃଆରୀରେ ହୋଇପାରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା !

ନୂଆଦିଲ୍ଲୀ(ବଡ଼ ଖବର): ଚଳିତ ବର୍ଷ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ପୁଡ଼ୁଚେରୀ ଓ ଆସାମରେ ହେବ ବିଧାନସଭା ନିର୍ବାଚନ । ଫେବୃଆରୀରେ ନିର୍ବାଚନ କମିଶନର କରିପାରନ୍ତି ତାରିଖ ଘୋଷଣା । ଜାନୁଆରୀ ୧୫ ତାରିଖ ସୁଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ହୋଇପାରେ ଏହି ଘୋଷଣା । ମେ ମାସରେ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବାରୁ ଏପ୍ରିଲ ମାସ ସୁଧା ନିର୍ବାଚନ ଶେଷ କରିବାକୁ ଯୋଜନା କରିଛନ୍ତି ନିର୍ବାଚନ ଆୟୋଗ ।

ପଶ୍ଚିମବଙ୍ଗର ୨୯୪, ତାମିଲନାଡ଼ୁରେ ୨୩୪,କେରଳ ୧୪୦, ପୁଡ଼ିଚେରୀ ୩୦,ଆସାମରେ ୧୨୬ ଆସନରେ ହେବ ବିଧାନସଭା ନିର୍ବାଚନ । ତାମିଲନାଡ଼ୁ ସରକାର କାର୍ଯ୍ୟକାଳ ମେ ମାସ ୨୪ରେ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଶେଷ ହେବ । ସେହିପରି ଆସାମ ସରକାରଙ୍କ କାର୍ଯ୍ୟକାଳ ମେ ୩୧, ପୁଡ଼ୁଚେରୀ ସରକାରଙ୍କ କାର୍ଯ୍ୟକାଳ ଜୁନ ୧ ଓ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ ୮ ରେ ଶେଷ ହେଉଛି । ଏହି ୫ ଟି ରାଜ୍ୟରେ ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ନିଦ୍ଧାରିତ ତାରିଖ ପୂର୍ବରୁ ହୋଇପାରେ ସରକାର ଭଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!