Masthead

ଫେବୃଆରୀରେ ହୋଇପାରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା !

ନୂଆଦିଲ୍ଲୀ(ବଡ଼ ଖବର): ଚଳିତ ବର୍ଷ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ପୁଡ଼ୁଚେରୀ ଓ ଆସାମରେ ହେବ ବିଧାନସଭା ନିର୍ବାଚନ । ଫେବୃଆରୀରେ ନିର୍ବାଚନ କମିଶନର କରିପାରନ୍ତି ତାରିଖ ଘୋଷଣା । ଜାନୁଆରୀ ୧୫ ତାରିଖ ସୁଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ହୋଇପାରେ ଏହି ଘୋଷଣା । ମେ ମାସରେ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବାରୁ ଏପ୍ରିଲ ମାସ ସୁଧା ନିର୍ବାଚନ ଶେଷ କରିବାକୁ ଯୋଜନା କରିଛନ୍ତି ନିର୍ବାଚନ ଆୟୋଗ ।

ପଶ୍ଚିମବଙ୍ଗର ୨୯୪, ତାମିଲନାଡ଼ୁରେ ୨୩୪,କେରଳ ୧୪୦, ପୁଡ଼ିଚେରୀ ୩୦,ଆସାମରେ ୧୨୬ ଆସନରେ ହେବ ବିଧାନସଭା ନିର୍ବାଚନ । ତାମିଲନାଡ଼ୁ ସରକାର କାର୍ଯ୍ୟକାଳ ମେ ମାସ ୨୪ରେ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଶେଷ ହେବ । ସେହିପରି ଆସାମ ସରକାରଙ୍କ କାର୍ଯ୍ୟକାଳ ମେ ୩୧, ପୁଡ଼ୁଚେରୀ ସରକାରଙ୍କ କାର୍ଯ୍ୟକାଳ ଜୁନ ୧ ଓ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ ୮ ରେ ଶେଷ ହେଉଛି । ଏହି ୫ ଟି ରାଜ୍ୟରେ ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ନିଦ୍ଧାରିତ ତାରିଖ ପୂର୍ବରୁ ହୋଇପାରେ ସରକାର ଭଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା