Masthead

୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଦୀର୍ଘଦିନ ପରେ ପୁଣି ବଲାଙ୍ଗିରରେ ଆରମ୍ଭ ହୋଇଛି ପଲସର ଆତଙ୍କ । ଏଥର ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିଛନ୍ତି ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଠିଆ ହୋଇଥିବା ବ୍ୟବସାୟୀଙ୍କ ହାତରୁ ୫ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି ।
ବଲାଙ୍ଗିର ସହର ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥୀ ପାର୍ଟି ପେମେଣ୍ଟ ପାଇଁ କଲେଜ ଛକ ଏଡ଼ିବି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ସହ ସେ ବ୍ୟାଙ୍କ ଆଗରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ୍ ଏକ ପଲସରରେ ୨ଯୁବକ ଆସି ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଲୁଟେରାଙ୍କ ମଧ୍ୟରୁ ଜଣେ ହେଲମେଟ୍ ପିନ୍ଧିଥିଲା । ବାଇକ୍ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ବ୍ୟାଗ ଛଡାଇ ନେଇ ଆଖି ପିଛୁଳାରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
ସଞ୍ଜୟ ପୋଲିସକୁ ଖବର ଦେବା ପରେ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଥିଲେ । ଗତ ମାସ ରେଳ ଷ୍ଟେସନସ୍ଥିତ ଏକ ବ୍ୟାଟେରୀ ଦୋକାନରୁ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଏ ଘଟଣାରେ ପୋଲିସ କାହାରିକୁ ଗିରଫ କରି ପାରିନଥିବା ବେଳେ ଏବେ ପୁଣି ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ