Masthead

ବେଆଇନ କଫ୍ ସିରପ ଜବତ, ୪ ଗିରଫ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବେଆଇନ ଭାବେ କଫ ସିରଫ ବିକ୍ରି ବୃଦ୍ଧି ପାଉଥିବା ବେଳେ ଆଜି ସୋହେଲା ପୋଲିସ କୁ ମିଳିଛି ବଡ ସଫଳତା । ଏହି କଫ ସିରପ କାରବାରରେ ସମ୍ପୃକ୍ତ ୪ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସ ପି ପଦ୍ମିନୀ ସାହୁ ।

ଘଟଣା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ମେଡ଼ିସିନ ହୋଲସେଲ୍ କରନ୍ତି । ସେ ଜାଲ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟରରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁ ରେ ୧୩୨୦୦ ବୋତଲ କଫ ସିରଫ ସେଫ ଏକ୍ସପ୍ରେସ କୋରିୟର ମାଧ୍ୟମରେ ମଗେଇଥିଲେ । ପୋଲିସ ପାଟ୍ରୋଲିଂ ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା । ଜବତ କଫ ସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ସୋହେଲା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିପୁଳ କଫ ସିରପ୍ ସମେତ ଗୋଟିଏ ପିକ ଅପ ଭେନ, ଜାଲ ଜି ଏସ ଟି ବିଲ ଆଦି ଜବତ କରିଛି ପୋଲିସ । । ବାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ