Masthead

ଜରି ପାଲତଳେ ଆଲୋକ

ବରୀ (ବଡ଼ ଖବର ବ୍ୟୁରୋ): ଗତ ମହାବନ୍ୟା ଯାଜପୁର ଜିଲ୍ଲା ବରୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏଥିରେ କ୍ଷତି ହୋଇଥିବା ବିପନ୍ନଙ୍କୁ ଚିହ୍ନଟ କରି ଆଜି ପର୍ଯ୍ୟନ୍ତ ବି ପାଲ ଖଣ୍ଡେ ଦେବାରେ ଅସମର୍ଥ ବ୍ଲକ ପ୍ରଶାସନ । ବନ୍ୟା ପୂର୍ବରୁ ତକ୍ରାଳିନ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବରୀ ଗସ୍ତ ଆସି ବନ୍ୟା ବିପନ୍ନମାନେ ଯେପରି କୌଣସି ସରକାରୀ ସହାୟତାରୁ ବଂଚିତ ନହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ବରୀ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି କି ବ୍ଲକ ପ୍ରଶାସନ । ଆଜି ବଡ଼ ଖବାର ପହଂଚିଥିଲା ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଂଚାୟତ ପଟଣା ଗ୍ରାମର ବଡ଼ ଅସହାୟ ଅବସ୍ଥାରେ ଜରି ପାଲ ତଳେ ଦିନ କାଟୁଥିବା ଆଲୋକ ଜେନାଙ୍କ ପରିବାର ପାଖରେ । ଚଳିତ ମହାବନ୍ୟାରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ସମଗ୍ର ଅଂଚଳକୁ ଜଳମଗ୍ନ କରିଦେବା ସହ ଆଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ବି କୌଣସି ସରକାରୀ ସୁବିଧା ପାଇ ପାରି ନାହାନ୍ତି ଆଲୋକ । ଏପରିକି ପଲିଥିନ ଖଣ୍ଡେ ପାଇବା ପାଇଁ ବାରମ୍ବାର ବରୀ ତହସିଲ୍ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ଆଲୋକ । ସରକାରୀ ଅଧିକାରୀମାନେ ଯାଇ ଆଲୋକଙ୍କ ଘରକୁ ଦେଖି ପ୍ରତିଶ୍ରୁତି ଦେଇ ଫେରିଥିଲେ ମଧ୍ୟ ସେଇ ପ୍ରତିଶ୍ରୁତିରେ ସୀମିତ ରହିଛି ପ୍ରଶାସନ । ଆଲୋକ ଜଣେ ଦିନ ମଜୁରୀଆ ଗରୀବ ଲୋକ ହୋଇଥିବା ବେଳେ ନିଜର ବୋଲି ଘର ଡିହ ଖଣ୍ଡେ ନାହିଁ । ପତ୍ନୀ ଓ ଦୁଇ ପିଲାଙ୍କ ସହ ଅମୂଲ୍ୟ ଗାଁର ଶେଷ ମୁଣ୍ଡରେ ଏକ ଗୋଚର ଜମିରେ ମାଟି କୁଡ଼ିଆ ଖଣ୍ଡେ କରି ରହୁଥିଲେ । ହେଲେ ଦଇବ ଦାଉ ସାଜିବା ଭଳି ମହାବନ୍ୟା ଧୋଇଦେଲା ଅମୂଲ୍ୟଙ୍କ ଅମୂଲ୍ୟ ସମ୍ପଦ, ଯାହା ସେ ବହୁ କଷ୍ଟରେ କରିଥିଲେ । ବର୍ତମାନର ଶୀତ କାକରରେ ଛିଣ୍ଡା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ପଡ଼ି ରହିଛନ୍ତି ଆଲୋକ । ଏହି ଗ୍ରାମକୁ ତିନିତିନି ଥର ତଦନ୍ତ କରି ପ୍ରଶାସନ ଫେରିଥିଲେ ମଧ୍ୟ ଆଲୋକଙ୍କ ଭଳି ଅନେକ ଗରିବ ବ୍ୟକ୍ତି ପାଲ ଖଣ୍ଡେ ପାଇବାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । କେବେ ମିଳିବ ଅମୂଲ୍ୟଙ୍କୁ ସରକାରୀ ସହାୟତା ଆଉ କେବେ ମିଳିବ ସେହି ଗ୍ରାମର ବିପନ୍ନଙ୍କୁ ସହାୟତା ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼