Masthead

ହଟିଲା ବ୍ୟାରିକେଡ, ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ଦୂର ହେବ ଆଳୁ ସଙ୍କଟ। ଦୀର୍ଘ ଦିନର ଛକାପନଝା ପରେ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ। ସୀମାନ୍ତ ସାଲପୋଟା ନିକଟରେ ଥିବା ପଶ୍ଚିମବଙ୍ଗର ନାକା ଗତକାଲି ରାତିରେ ପ୍ରତ୍ୟାହୃତ ହୋଇଛି। ପଶ୍ଚିମବଙ୍ଗ ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। ଏବେ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ।

ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶା ଆସିଛି। ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ପଶ୍ଚିମବଙ୍ଗର ନାକା ପଏଣ୍ଟକୁ ବି ହଟାଇ ଦିଆଯାଇଛି। ଫଳରେ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡ଼ିଶାକୁ ବହୁ ସଂଖ୍ୟାରେ ଆଳୁ ଗାଡ଼ି ପ୍ରବେଶ କରିଛି। ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ସହିତ ବୈଠକ ବସିଥିଲା। ଏହାପରେ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ। ଏବେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ