Masthead

ବଡ଼ ଖବର ଅଭିଯାନରେ ବର୍ଷା ପ୍ରିୟଦର୍ଶିନୀ

କଟକ(ବଡ଼ ଖବର ବ୍ୟୁରୋ): ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଦେଇଥିବା ପ୍ରତିଶ୍ରୁତି ଅକ୍ଷର ଅକ୍ଷରରେ ପାଳନ କରୁଛନ୍ତି । କଟକର ଅଭାବୀ, ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇ ବଡ଼ ଖବର ପରିବାର ମାନବିକତାର ପରିଚୟ ଦେଇଛନ୍ତି । ସପ୍ତାହାନ୍ତ ସଟଡାଉନରେ କଟକର ଅଭାବୀ ମଣିଷମାନେ ଖାଦ୍ୟ ପାଇଛନ୍ତି । ରୁଚିକର ଓ ପୁଷ୍ଟିକର ଖାଦ୍ୟ ପାଇଛନ୍ତି ସେମାନେ । ସଟଡାଉନ ବେଳେ ଦୋକାନବଜାର ବନ୍ଦ । ଯାନବାହନ ଚଳାଚଳ ଠପ୍ ।

ଏଭଳି ସ୍ଥିତିରେ ବଡ଼ ଖବର ମେଡିକାଲ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଇଛି ସ୍ୱାଦିଷ୍ଟ ଖାଦ୍ୟ । ଖାଲି ମଧ୍ୟାହ୍ନ ଭୋଜନ ନୁହେଁ, ସକାଳ ଜଳଖିଆ ଓ ରାତ୍ରି ଭୋଜନ ମଧ୍ୟ ପରସା ଯାଉଛି । କଟକ ଶିଶୁଭବନରେ ବଡ଼ ଖବର ପକ୍ଷରୁ ଖାଦ୍ୟ ବିତରଣ ଚାଲିଥିବା ବେଳେ ସାମିଲ୍ ହୋଇଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଭଳି ଉଦ୍ୟମକୁ ଢେର ପ୍ରଶଂସା କରିଛନ୍ତି ଏହି ଓଡ଼ିଆ ଫିଲ୍ମ ଅଭିନେତ୍ରୀ ।

କଟକରେ କାହାରିକୁ ଭେକିଲା ରହିବାକୁ ଦିଆଯିବନି । ଏହି ଅଭିଯାନ ୧୦ ତାରିଖରୁ ଆରମ୍ଭ ହୋଇଛି । ପ୍ରଥମେ କଟକ ରେଳଷ୍ଟେସନ୍, ପରେ ନୂଆପଡା ବାଲିସାହି, ଚାଉଳିଆଗଞ୍ଜ ଆଦିବାସୀବସ୍ତି, ଶିଶୁଭବନରେ ବଡ଼ ଖବର ତା’ର ଅଭିଯାନ ଜାରି ରଖିଛି । ବଡ଼ ଖବରର ଏଭଳି ପ୍ରୟାସରେ ସହଯୋଗର ହାତ ବଢାଇଛନ୍ତି ବହୁ ସ୍ୱେଚ୍ଛାସେବୀ ସଂଗଠନ । ପ୍ରତିଦିନ ୪୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି । ବଡ଼ ଖବର ଓ ସ୍ୱେଚ୍ଛାସେବୀ ସଂଗଠନର ଏଭଳି ପ୍ରୟାସକୁ ପ୍ରଶାଂସା କରିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଭୋକିଲା ଓ ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ବଡ଼ ଖବର ପ୍ରମାଣିତ କରିଛି ଲୋକଙ୍କର, ଲୋକଙ୍କ ପାଇଁ ଏହାର ମୁଖ୍ୟ ସମ୍ପାଦକଙ୍କ ସମେତ ପ୍ରତିଟି ସଦସ୍ୟ ସମର୍ପିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା