Masthead

ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଓ ନେତାଙ୍କ ଶେଷ ହାତ ଲେଖା । ଯବାନଙ୍କ ଗୁଳିରେ ମୃତ୍ୟୁ ପୂର୍ବରୁ ଡାଏରୀରେ ଶେଷ ଥର ପାଇଁ ଲେଖିଥିଲା ଶୀର୍ଷ ମାଓ ନେତା ବାସବରାଜୁ । ଅପରେସନ୍ ପରେ ଯବାନଙ୍କ ହାତରେ ଲାଗିଛି ମାଓ ସଙ୍ଗଠନ ମହାସଚିବ କେନ୍ଦ୍ରୀୟ ସମ୍ପାଦକ ବାସବ ରାଜୁର ଶେଷ ହାତ ଲେଖା। ଲୁଚି ଯାଅ, ଖୋଜି ଖୋଜି ମାରିବ ଡିଆରଜି । ଏନକାଉଣ୍ଟର ପୂର୍ବରୁ ଏମିତି କିଛି ଲେଖିଥିଲା ହାର୍ଡକୋର ମାଓନେତା ବାସବରାଜ ।

ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନ ମାନେ ଖୋଜି ବାହାର କରିବେ ଏବଂ ଖୋଜି ଖୋଜି ମାରିବେ ବୋଲି ଚିଠିରେ ଲେଖିଥିଲେ ମାଓ ନେତା ବାସବରାଜୁ । ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲର ଜାଟଲୁ ଅଞ୍ଚଳରେ ବଡ଼ବଡ଼ ମାଓନେତା ଓ କମାଣ୍ଡର ଏକାଠି ହୋଇଥିବା ବେଳେ ବଡ଼ ଅପରେସନ କରିଥିଲେ ସୁରକ୍ଷାକର୍ମୀ ।

ଛତିଶଗଡ଼ର ନାରାୟଣପୁର ସମେତ ଦାନ୍ତେୱାଡ଼ା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରରେ ମାଓ ସଂଗଠନର ବଡ଼ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୭ କ୍ୟାଡର ମାଓବାଦୀ ନିହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ