Before Header

ଆଜିଠୁ ମାଟ୍ରିକ ପରୀକ୍ଷା

0 1,317

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ମାଟ୍ରିକ ପରୀକ୍ଷା । କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡାଯିବ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । ମାତୃଭାଷାରେ ପ୍ରଥମ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଆଜିଠୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ସାଢେ ୧୧ଟାରେ ସରିବ । ପରୀକ୍ଷା ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ପ୍ରବେଶ କରିବେ ପରିକ୍ଷାର୍ଥୀ । ଅର୍ଥାତ୍ ସକାଳ ୭ଟା ୩୦ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରିବେ । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟାଯିବ ଓ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା ।

କୌଣସି କାରଣରୁ ଯଦି ପରୀକ୍ଷାର୍ଥୀ ୯ଟା ପରେ ଅର୍ଥାତ ପରୀକ୍ଷା ଆରମ୍ଭ ହେବା ପରେ ଆସନ୍ତି, ତେବେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାର୍ଡ, ୭୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ ହୋଇଛି । ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରା ।

Leave A Reply

Your email address will not be published.