Masthead

୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର

ମାଓ ମୁକ୍ତ ହେଲା ବସ୍ତର । ଦୀର୍ଘ ୪୦ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ଛତିଶଗଡ଼ର ବସ୍ତର ଜିଲ୍ଲା । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ୍ ଦେଇଛି ଗୃହମନ୍ତ୍ର୍ରାଳୟ । ଏବେ ଦେଶରେ କେବଳ ୧୮ଟି ଜିଲ୍ଲାରେ ମାଓ ଗତିବିଧି ରହିଛି । ତାଲିକାରେ ରହିଛି ଛତିଶଗଡ଼ର ୬ଟି ଜିଲ୍ଲା । କିନ୍ତୁ ବସ୍ତର ଓ କୋଣ୍ଡା ଗାଁ ଏହି ତାଲିକାରୁ ବାଦ୍ ପଡିଛି । ୮୦ ଦଶକରୁ ମାଓ ଗଡ଼ ଭାବେ ପରିଚିତ ଥିଲା ଏହି ଅଞ୍ଚଳ ।

ନକ୍ସଲକୁ ନିପାତ କରିବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ । ଗତ ସପ୍ତାହରେ ଅବୁଝମାଡ୍ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲେ ୨୭ ମାଓବାଦୀ । ଏନକାଉଣ୍ଟରରେ ଦୁ୍ର୍ଦ୍ଧାନ୍ତ ମାଓନେତା ତଥା ସେଣ୍ଟ୍ରାଲ କମିଟିର ମୁଖ୍ୟ ତଥା ବାସବରାଜୁର ବି ମୃତ୍ୟୁ ହୋଇଥିଲା । ୧୦ ବର୍ଷରେ ୮ ହଜାରରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଫଳରେ ପ୍ରାୟ ୪ ଦଶନ୍ଧି ପରେ କେନ୍ଦ୍ର ସରକାର ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ତାଲିକାରୁ ବାଦ୍ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ