Masthead

ଭିଜିଲାନ୍ସ ଜାଲରେ କୁଜଙ୍ଗ ଏସଆଇ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ହାତରେ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଏସଆଇ । ଏସ ଆଇ ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ । ସ୍ଥାନୀୟ ବାଗୋଇ ଗାଁର ସରୋଜ କୁମାର ସ୍ୱାଇଁଙ୍କର ପଡ଼ୋଶୀଙ୍କର ସହିତ ଲାଗିଥିବା ବିବାଦ ବାବଦରେ କେସ ସମାଧାନ କରିବା ପାଇଁ ତାଙ୍କ ଠାରୁ ୮ ହଜାର ଟଙ୍କା ଦାବି କରିଥିଲେ ଏସ ଆଇ ବିବେକାନନ୍ଦ ସାହୁ ।

ଏ ବାବଦରେ ସରୋଜ ଭିଜିଲାନ୍ସର ସହାୟତା ନେଇଥିବା ବେଳେ ଆଜି ସମ୍ପୃକ୍ତ ଏସଆଇ ଦାବି ମୁତାବକ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଛି । ସମ୍ପୃକ୍ତ ଏସଆଇ ପୂର୍ବରୁ ମଧ୍ୟ ନାଉଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଡ୍ୟୁଟି ସମୟରେ ଡ୍ରେସ୍ ଉପରେ ଥାଇ ମଧ୍ୟ ଥାନା ବ୍ୟାରେକରେ ମଦ୍ୟପାନ ପାଇଁ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ହେଲେ ସେ ତାଙ୍କ ପ୍ରକୃତି ଛାଡିନଥିଲେ । ପୁନର୍ବାର ତିର୍ତ୍ତୋଲ ଥାନାରେ କାର୍ଯ୍ୟରେ ଯୋଗଦେବାପରେ ସେଠାରେ ଜୈନିକ ବ୍ୟକ୍ତିଙ୍କ ମାମାଲା ରଫାଦଫା କରିବାପାଇଁ କିଛି ଟଙ୍କା ଦାବି କରିଥିଲେ ।

ଯାହାକି ସେତେବେଳର ତତ୍କାଳୀନ ଆରକ୍ଷୀ ଅଧିକ୍ଷକଙ୍କ ନଜରକୁ ଆସିଥିଲା ଏବଂ ତୁରନ୍ତ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ହେଲେ ପୁଲିସ ବାବୁଙ୍କର ସ୍ୱାଭାବ ବଦଳି ନଥିଲା। ପୁର୍ନବାର ବାଲିକୁଦା ଥାନାରେ ତାଙ୍କୁ ପୋଷ୍ଟିଙ୍ଗ୍ କରାଯାଇଥିଲା ହେଲେ ବାବୁ ମଧ୍ୟ ସେଠାରେ ଟଙ୍କା କାରବାରରେ ଜଡିତ ଥିବାକୁ ନେଇ ମଧ୍ୟ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏହିଭଳି ଦୁର୍ନତୀ ଖୋର ପୋଲିସ୍ ବାବୁଙ୍କୁ ନିଲମ୍ବିତ ନୁହେଁ ବହିଷ୍କାର କରିବା ନିତ୍ୟାନ୍ତ ଜରୁରୀ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି