Masthead

ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କୁ ବିରୋଧ, ସଞ୍ଜୟଙ୍କ ବିରୋଧରେ ଶପଥ ପାଠ

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ନେତା, ମନ୍ତ୍ରୀଙ୍କୁ ବିରୋଧ । କେଉଁଠି ବିଧାୟକଙ୍କ ବିରୋଧରେ ରାଲି କରାଯାଉଛି ତ ଆଉ କେଉଁଠି ବିଧାୟକଙ୍କ ବିରୋଧରେ ଶପଥ ପାଠ କରାଯାଉଛି । ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବ୍ରହ୍ମଗିରିରେ ସଞ୍ଜୟ ଦାସ ବର୍ମାଙ୍କୁ ବିରୋଧ କରାଯାଇଛି । ବିଜେଡି ଜିଲ୍ଲା ପରିଷଦ କୈଳାଶ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ବିରାଟ ବୈଠକ । ବୈଠକରେ ସଂଜୟ ଦାସ୍ ବର୍ମାଙ୍କୁ ବୟକଟ୍ କରାଯିବା ସହ ନୂଆ ନେତାଙ୍କୁ ଦିଆଯାଇଛି ପ୍ରାଧାନ୍ୟ ।

ବୈଠକରେ ଅନେକ ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହୋଇ ସମୂହ ଶପଥ ପାଠ କରିଛନ୍ତି । ଅଞ୍ଚଳରେ ବିକାଶ କାମ ଆଗକୁ ବଢାଇବା ଓ ସଂଜୟ ଦାସ ବର୍ମାଙ୍କୁ ବିରୋଧ କରିବା ନେଇ ଏହି ସମୂହ ଶପଥ ପାଠ କରାଯାଇଛି । ଏହାସହ ବ୍ୟାନରରେ ପୀନାକି ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖି କରାଯାଇଛି ବିରାଟ ବୈଠକ । ଏହି ବୈଠକରେ ସଂଜୟ ଦାସ ବର୍ମାଙ୍କୁ ପ୍ରତ୍ୟେକ ପଂଚାୟତରେ ବିରୋଧ କରାଯିବା ନେଇ କର୍ମୀଙ୍କ ସହ ଆଲୋଚନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା