Masthead

ଦୁଇଜଣଙ୍କ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ଦୁର୍ଘଟଣା । ଆଈ ଓ ନାତି ଉପରେ ମାଡି ଗଲା ଟ୍ରକ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ୨୦ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ଏକ ୧୪ ଚ଼କିଆ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘର ଆଗରେ ଠିଆ ହୋଇଥିବା ଆଈ ନାତ଼ିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପଳାଶପଙ୍ଗା ପଞ୍ଚାୟତ଼ ବାଙ୍କମାରୁଣୀ ଗ୍ରାମର ମୃତ଼କ ଆଈ ସୁମିତ୍ରା ମହାନ୍ତି ଓ ନାତି ଶୁଭମ ମହାନ୍ତି । ସୂଚ଼ନା ଅନୁସାରେ,ଆଜି ସନ୍ଧ୍ୟାବେଳେ ଲୋକମାନେ ଏନଏଚ୍ ରାସ୍ତା ପାଖ ଘର ନିକଟରେ ବସିଥିଲେ। ସେଠାରେ ସୁମିତ୍ରା ଶୁଭମଙ୍କୁ ଧରି ଠିଆ ହୋଇଥିଲେ ।

ସେହି ସମୟରେ ପଦ୍ମପୁର ପଟୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଏକ ୧୪ ଚ଼କିଆ ଟ୍ରକ୍ ସେମାନଙ୍କୁ ଧକ୍କାଦେଇଥିଲା। ଫଳରେ ଶୁଭମଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳ ସୁମିତ୍ରା ଗୁରୁତ଼ର ହୋଇଥିଲେ। ତ଼ୁରନ୍ତ ସେମାନଙ୍କୁ ୧୦୮ରେ କେନ୍ଦୁଝର ମେଡ଼ିକାଲ ପଠାଯାଇଥିଲା। ସେଠାରେ ଚ଼ିକିତ୍ସାଧିନ ଅବସ୍ଥାରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପଳାଶପଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ଼ କରି ତ଼ଦନ୍ତ ଚ଼ଳାଇଥିଲା।ଏନେଇ ସଦର ଥାନାରେ ଏକ ଅପମୃତ଼ ମାମଲା ରୁଜୁ ହୋଇଛି। ଆଈ ନାତିଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି