ଦୁଇଜଣଙ୍କ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ଦୁର୍ଘଟଣା । ଆଈ ଓ ନାତି ଉପରେ ମାଡି ଗଲା ଟ୍ରକ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ୨୦ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ଏକ ୧୪ ଚ଼କିଆ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘର ଆଗରେ ଠିଆ ହୋଇଥିବା ଆଈ ନାତ଼ିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପଳାଶପଙ୍ଗା ପଞ୍ଚାୟତ଼ ବାଙ୍କମାରୁଣୀ ଗ୍ରାମର ମୃତ଼କ ଆଈ ସୁମିତ୍ରା ମହାନ୍ତି ଓ ନାତି ଶୁଭମ ମହାନ୍ତି । ସୂଚ଼ନା ଅନୁସାରେ,ଆଜି ସନ୍ଧ୍ୟାବେଳେ ଲୋକମାନେ ଏନଏଚ୍ ରାସ୍ତା ପାଖ ଘର ନିକଟରେ ବସିଥିଲେ। ସେଠାରେ ସୁମିତ୍ରା ଶୁଭମଙ୍କୁ ଧରି ଠିଆ ହୋଇଥିଲେ ।

ସେହି ସମୟରେ ପଦ୍ମପୁର ପଟୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଏକ ୧୪ ଚ଼କିଆ ଟ୍ରକ୍ ସେମାନଙ୍କୁ ଧକ୍କାଦେଇଥିଲା। ଫଳରେ ଶୁଭମଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳ ସୁମିତ୍ରା ଗୁରୁତ଼ର ହୋଇଥିଲେ। ତ଼ୁରନ୍ତ ସେମାନଙ୍କୁ ୧୦୮ରେ କେନ୍ଦୁଝର ମେଡ଼ିକାଲ ପଠାଯାଇଥିଲା। ସେଠାରେ ଚ଼ିକିତ୍ସାଧିନ ଅବସ୍ଥାରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପଳାଶପଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ଼ କରି ତ଼ଦନ୍ତ ଚ଼ଳାଇଥିଲା।ଏନେଇ ସଦର ଥାନାରେ ଏକ ଅପମୃତ଼ ମାମଲା ରୁଜୁ ହୋଇଛି। ଆଈ ନାତିଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ