Masthead

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା, ବୃଦ୍ଧି ପାଉଛି କଂଗ୍ରେସର ବଳ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୪ରେ କାହା ପଲ୍ଲା ହେବ କେତେ ଭାରି? ଆଗକୁ ହେବ ଏନଡିଏ- ଇଣ୍ଡିଆ ଲଢେଇ । ତେବେ କିଏ ହେଉଛି ଦୁର୍ବଳ ଓ କାହାକୁ ମିଳିବ ଲୋକଙ୍କ ଅଧିକ ସମର୍ଥନ? କ’ଣ କହୁଛି ସର୍ଭେ? ଜାଣିବା ଏହି ରିପୋର୍ଟରୁ । ୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ଆଉ ଏକ ଝଟକା । ବୃଦ୍ଧି ପାଉଛି କଂଗ୍ରେସର ବଳ । ନିର୍ବାଚନ ମୈଦାନରେ କଡ଼ାକଡ଼ି ହେବ ମୁକାବିଲା । ଲୋକସଭା ନିର୍ବାଚନ ପୂର୍ବରୁ ସମ୍ନାକୁ ଆସିଛି ଇଣ୍ଡିଆ ଟୁଡେର ମୁଡ ଅଫ ଦି ନେସନ ସର୍ଭେ । ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଇଣ୍ଡିଆ ଆସନରେ ଦେଖାଦେଇଛି ବ୍ୟାପକ ବୃଦ୍ଧି ।

ଯଦି ଲୋକସଭା ନିର୍ବାଚନ ୨୦୨୪ ବଦଳରେ ଏବେ କରାଯାଏ, ତେବେ ଇଣ୍ଡିଆ ଗଠବନ୍ଧନକୁ କେତେ ଭୋଟ ମିଳିବ? କେତେ ସିଟରେ ଏନଡିଏକୁ ଟକ୍କର ଦେବ ବିରୋଧୀ ମେଂଟ? ଏହି ପ୍ରସଙ୍ଗକୁ ନେଇ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶ ପାଇଛି ସର୍ଭେ ରିପୋର୍ଟ । ଯେଉଁଥିରେ କୁହାଯାଉଛି ଯେ, ଦୁର୍ବଳ ହେଉଛି ଏନଡିଏ । ୧୫ ଜୁଲାଇରୁ ୧୪ ଅଗଷ୍ଟ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୨୫,୯୫୧ ମତଦାତାମାନଙ୍କ ସହ ଆଲୋଚନା କରାଯାଇଥିଲା । ଇଣ୍ଡିଆ ଟୁଡେ ମତ ଅନୁଯାୟୀ ଏନଡିଏ ଓ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଭୋଟ ସେୟାରର ପାର୍ଥକ୍ୟ ମାତ୍ର ଦୁଇ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।

ଏହି ସର୍ଭେରେ ଏନଡିଏ ୪୩ ପ୍ରତିଶତ ଭୋଟ ପାଇଥିବାବେଳେ ଇଣ୍ଡିଆ ଆଲାଇନ୍ସ ୪୧ ପ୍ରତିଶତ ଭୋଟ ପାଇଛି । ସର୍ଭେ ଅନୁଯାୟୀ ୫୧ ଟି ସିଟ ହରାଇ ଏନଡିଏ ମିଳିତ ମେଂଟ ମୋଟ ୩୦୬ ଟି ସିଟ ପାଇବ ବୋଲି ଆଶା କରାଯାଉଛି । ତେବେ ନିର୍ବାଚନ ଇତିହାସରେ ୨୦୧୯ର ଲୋକସଭା ନିର୍ବାଚନ ବେଳେ ଏନଡିଏକୁ ୩୫୭ ସିଟ ମିଳିଥିଲା । ସେହିପରି କଂଗ୍ରେସ ନେତୃତ୍ୱାଧିନ ଦଳ ୟୁପିଏକୁ ମିଳିଥିଲା ୯୧ଟି ସିଟ ।

କିନ୍ତୁ ବର୍ତ୍ତମାନ ବାଜି ବଳଦିବ ବୋଲି କରାଯାଉଛି ଚର୍ଚ୍ଚା । ରାଜନୀତି ସମୀକାରଣ ତଥା ଲୋକଙ୍କ ମତ କହୁଛି ଏଥର ମୌଦାନରେ ବିରୋଧୀ ମେଂଟ ଏନଡିଏକୁ ରେସରେ ପଛରେ ପକାଇପାରେ । କାରଣ ପୂର୍ବ ଥର ତୁଳନାରେ ଏଥର ଇଣ୍ଡିଆ ଦ୍ୱିଗୁଣାରେ ହାତେଇବା ଲୋକଙ୍କ ଭଲପାଇବା । ତେବେ ଏହି ବର୍ଷ ଜାନୁଆରୀରେ ମଧ୍ୟ କରାଯାଇଥିଲା ଏକ ସର୍ଭେ । ଯେଉଁଠି ଇଣ୍ଡିଆ ଗଠବନ୍ଧନକୁ ୧୫୩ ସିଟ ମିଳିବା ସହ କଂଗ୍ରେସର ପଲ୍ଲା ଭାରି ହେବ ବୋଲି ଆକଳନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା