Masthead

ପାକିସ୍ତାନରେ ଭୂକମ୍ପ, ୯ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୂକମ୍ପରେ ଥରିଲା ପାକିସ୍ତାନ, ୯ ଜଣଙ୍କ ମୃତ୍ୟୁ  । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୬ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ଭୂକମ୍ପରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନଠାରୁ ୧୮୦ କିଲୋମିଟର ଦୂରରେ ଥିଲେ ବି ଏଥିରେ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି, କ୍ୱେଟା, ପେଶାୱର, କୋହାଟ ସମେତ ଅନ୍ୟ କିଛି ସହର ଦୋହଲିଯାଇଥିଲା ।

ଆଫଗାନସ୍ତାନାର ଫ୍ୟାଜାବାଦର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୩୩ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନ। ପାକିସ୍ତାନର ପାଖସୁନଖ୍ୱା ଅଞ୍ଚଳର ଖ୍ୟବେର, ବିଲାଲ ଫାଇଜିର ପ୍ରାୟ ୧୦୦ ଲୋକେ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ