Masthead

ବେଙ୍ଗାଳୁରୁରେ ଫସିଛି ଓଡ଼ିଆ ପୁଅଙ୍କ ମୃତଦେହ, ସାହାଯ୍ୟ ପାଇଁ ଗରିବ ବାପାର ଆକୁଳ ନିବେଦନ

ଭୁବନେଶ୍ୱର/ବେଙ୍ଗାଳୁରୁ: ବେଙ୍ଗାଳୁରରେ ଓଡ଼ିଆ ପୁଅ ଶଙ୍କର ସ୍ୱାଇଁଙ୍କ ଅକାଳ ମୃତ୍ୟୁ । ଦେହ ଖରାପ ହେବା ପରେ ସେ କାମ କରୁଥିବା କମ୍ପାନୀ ଇଲାଇଟି କଂଷ୍ଟ୍ରକ୍ସନ ପକ୍ଷରୁ ଠିକ୍ ସମୟରେ ସ୍ୱାସ୍ଥ୍ୟ ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି । ସବୁଠୁ ଅମାନବୀୟ ଘଟଣା ହେଉଛି, ତାଙ୍କ ମୃତଦେହକୁ ହସ୍ପିଟାଲରେ ଛାଡ଼ି କମ୍ପାନୀ ଲୋକେ ଚାଲି ଯାଇଛନ୍ତି । ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ଚେନ୍ନାଇରେ ଦାଦନ ଖଟୁଥିବା ବାପା ସୁବଳ ସ୍ୱାଇଁ ଓ ସଂପର୍କୀୟ କୃଷ୍ଣ ଚନ୍ଦ୍ର ବରାଡ଼ ବେଙ୍ଗାଳୁରୁର କେଙ୍ଗରିରେ ଥିବା ଡାକ୍ତରଖାନାରେ ପହଞ୍ଚିଛନ୍ତି । ପୁଅର ମୃତ୍ୟୁ ସମ୍ପର୍କରେ କୌଣସି ମେଡିକାଲ କାଗଜ ଦିଆଯାଉ ନ ଥିବା ଅଭିଯୋଗ ହେଉଛି । ଏହା ସହ ଶଙ୍କରଙ୍କ ମରଶରୀର କିପରି ପୈତୃକ ଗାଁ ଗଞ୍ଜାମ ଜିଲ୍ଲାର କୁମାରୀପାରିକୁ ଆସିବ ସେ ନେଇ ବି କମ୍ପାନୀ ପକ୍ଷରୁ କିଛି ବି ବ୍ୟବସ୍ଥା କରାଯାଉ ନାହିଁ । ଶନିବାର ଭୋରରୁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ବାପା ଓ ସଂପର୍କୀୟ ସଂଧ୍ୟା ୬ଟା ସୁଦ୍ଧା ପହଞ୍ଚି ପୁଅର ଶବ ପାଖେ ବସିଛନ୍ତି । ପାଖରେ ଟଙ୍କା ନାହିଁ । ସେପଟେ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବାହାରେ ପକାଇ ଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି । କେହି ବଦାନ୍ୟ ବ୍ୟକ୍ତି ତୁରନ୍ତ ସାହାଯ୍ୟ କଲେ ଓଡ଼ିଆ ପୁଅର ମୃତଦେହ ଅସମ୍ମାନିତ ହେବାରୁ ରକ୍ଷା ପାଇଯିବ । ଏଥିପାଇଁ ‘ବଡ଼ ଖବର’ ଜରିଆରେ ଓଡ଼ିଶାର ପ୍ରଶାସନ ଓ ସାମାଜିକ ସଂଗଠନଗୁଡ଼ିକୁ ଆକୁଳ ନିବେଦନ କରିଛନ୍ତି କୃଷ୍ଣ ଚନ୍ଦ୍ର । କୃଷ୍ଣ ଚନ୍ଦ୍ରଙ୍କ ଯୋଗାଯୋଗ ନମ୍ବର ହେଉଛି – ୮୭୭୮୨୧୮୪୦୫ ।
ଶଙ୍କର ଇଲାଇଟି ସଂସ୍ଥାରେ ସ୍ୱଳ୍ପ ବେତନରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ ପରେ ଗାଁରେ ଥିଲେ । ୧୨ ଦିନ ତଳେ ତାଙ୍କୁ କମ୍ପାନୀ ବେଙ୍ଗାଳୁରୁ ଅଫିସ୍ ପଠାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ