Masthead

ବେଙ୍ଗାଳୁରୁରେ ଫସିଛି ଓଡ଼ିଆ ପୁଅଙ୍କ ମୃତଦେହ, ସାହାଯ୍ୟ ପାଇଁ ଗରିବ ବାପାର ଆକୁଳ ନିବେଦନ

ଭୁବନେଶ୍ୱର/ବେଙ୍ଗାଳୁରୁ: ବେଙ୍ଗାଳୁରରେ ଓଡ଼ିଆ ପୁଅ ଶଙ୍କର ସ୍ୱାଇଁଙ୍କ ଅକାଳ ମୃତ୍ୟୁ । ଦେହ ଖରାପ ହେବା ପରେ ସେ କାମ କରୁଥିବା କମ୍ପାନୀ ଇଲାଇଟି କଂଷ୍ଟ୍ରକ୍ସନ ପକ୍ଷରୁ ଠିକ୍ ସମୟରେ ସ୍ୱାସ୍ଥ୍ୟ ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି । ସବୁଠୁ ଅମାନବୀୟ ଘଟଣା ହେଉଛି, ତାଙ୍କ ମୃତଦେହକୁ ହସ୍ପିଟାଲରେ ଛାଡ଼ି କମ୍ପାନୀ ଲୋକେ ଚାଲି ଯାଇଛନ୍ତି । ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ଚେନ୍ନାଇରେ ଦାଦନ ଖଟୁଥିବା ବାପା ସୁବଳ ସ୍ୱାଇଁ ଓ ସଂପର୍କୀୟ କୃଷ୍ଣ ଚନ୍ଦ୍ର ବରାଡ଼ ବେଙ୍ଗାଳୁରୁର କେଙ୍ଗରିରେ ଥିବା ଡାକ୍ତରଖାନାରେ ପହଞ୍ଚିଛନ୍ତି । ପୁଅର ମୃତ୍ୟୁ ସମ୍ପର୍କରେ କୌଣସି ମେଡିକାଲ କାଗଜ ଦିଆଯାଉ ନ ଥିବା ଅଭିଯୋଗ ହେଉଛି । ଏହା ସହ ଶଙ୍କରଙ୍କ ମରଶରୀର କିପରି ପୈତୃକ ଗାଁ ଗଞ୍ଜାମ ଜିଲ୍ଲାର କୁମାରୀପାରିକୁ ଆସିବ ସେ ନେଇ ବି କମ୍ପାନୀ ପକ୍ଷରୁ କିଛି ବି ବ୍ୟବସ୍ଥା କରାଯାଉ ନାହିଁ । ଶନିବାର ଭୋରରୁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ବାପା ଓ ସଂପର୍କୀୟ ସଂଧ୍ୟା ୬ଟା ସୁଦ୍ଧା ପହଞ୍ଚି ପୁଅର ଶବ ପାଖେ ବସିଛନ୍ତି । ପାଖରେ ଟଙ୍କା ନାହିଁ । ସେପଟେ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବାହାରେ ପକାଇ ଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି । କେହି ବଦାନ୍ୟ ବ୍ୟକ୍ତି ତୁରନ୍ତ ସାହାଯ୍ୟ କଲେ ଓଡ଼ିଆ ପୁଅର ମୃତଦେହ ଅସମ୍ମାନିତ ହେବାରୁ ରକ୍ଷା ପାଇଯିବ । ଏଥିପାଇଁ ‘ବଡ଼ ଖବର’ ଜରିଆରେ ଓଡ଼ିଶାର ପ୍ରଶାସନ ଓ ସାମାଜିକ ସଂଗଠନଗୁଡ଼ିକୁ ଆକୁଳ ନିବେଦନ କରିଛନ୍ତି କୃଷ୍ଣ ଚନ୍ଦ୍ର । କୃଷ୍ଣ ଚନ୍ଦ୍ରଙ୍କ ଯୋଗାଯୋଗ ନମ୍ବର ହେଉଛି – ୮୭୭୮୨୧୮୪୦୫ ।
ଶଙ୍କର ଇଲାଇଟି ସଂସ୍ଥାରେ ସ୍ୱଳ୍ପ ବେତନରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ ପରେ ଗାଁରେ ଥିଲେ । ୧୨ ଦିନ ତଳେ ତାଙ୍କୁ କମ୍ପାନୀ ବେଙ୍ଗାଳୁରୁ ଅଫିସ୍ ପଠାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା