Masthead

ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ, କୋଟିଏ ପାଞ୍ଚ ଲକ୍ଷ ଟଙ୍କା ଉଦ୍ଧାର

ଆଠଗଡ(ବଡ଼ ଖବର ବ୍ୟୁରୋ):   ଏଟିଏମ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି ଫେରାର ହେଉଥିବା ବେଳେ ୩ ଦୁର୍ବୃତ୍ତ ଧରା ପଡିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଭୋଜଦେଇପୁର ଗାଁରୁ ଧରିଲା ପୋଲିସ । ଦୁର୍ବୃତ୍ତଙ୍କ ଠାରୁ ପୋଲିସ ୪ଟି ପିସ୍ତଲ ଓ କୋଟିଏ ଟଙ୍କା ଡବତ କରିଛି । ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା । ତେବେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରେ ଟଙ୍କା ଲୋଡ କରିବା ପାଇଁ ଏକ କ୍ୟାସ ଭ୍ୟାନ ଯାଇଥିଲା । ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେମାନେ ଟଙ୍କା ଭ୍ୟାନ ଧରି ଆଠଗଡରୁ ତିଗିରିଆ ଯାଉଥିଲେ ।

ତେବେ ହଠାତ ଏତିକି ବେଳେ ୫ରୁ ୬ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ସେମାନଙ୍କ ଉପରକୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ପରେ କ୍ୟାସ ଭ୍ୟାନକୁ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଆଠଗଡ ପୋଲିସ ଆଖପାଖ ଅଞ୍ଚଳରେ ଥାନାକୁ ଏ ନେଇ ଖବର ଦେଇଥିଲା । ସେହି ଖବରକୁ ଆଧାର କରି ଢେଙ୍କାନାଳ ପୋଲିସ ତତ୍ପର ହୋଇଥିଲା । ଦୁର୍ବୃତ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ପାଇଁ ଉଦ୍ୟମ କରୁଥିଲା । ଏତିକି ବେଳେ ଏକ କାର ଦୃତ ଗତିରେ ପଳାଉଥିବା ଖବର ପାଇଥିଲା ପୋଲିସ । ତେବେ ପୋଲିସ ସେହି କାରକୁ ପିଛା କରିଥିଲା ।

ପାଖାପଖି ୩୦ରୁ ୪୦ ମିନିଟ୍ ପିଛା କରିବା ପରେ ଦୁର୍ବୃତ୍ତମାନେ କାରଟିକୁ ବ୍ରାହ୍ମଣୀ ନଦୀ କୂଳରେ ଛାଡି ଟଙ୍କା ଧରି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ସ୍ଥାନୀୟ ଲୋକ ଓ ପୋଲିସ ମିଳିତ ଭାବେ ୩ ଦୁବୃତ୍ତଙ୍କୁ କାବୁ କରିନେଇଥିଲେ । ସେମାନଙ୍କୁ ଧରିବା ସହ ପୋଲିସ କୋଟିଏ ଟଙ୍କା ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ର୍ଥ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ନିଖୋଜ ଥିବା ଅଭିଯୁକ୍ତକୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ