Masthead

ବ୍ଲକ ଅଫିସରେ ଚାଲିଛି ବ୍ଲାକ୍ କାରବାର

ଚନ୍ଦାହାଣ୍ଡି (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୧୨ତମ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ । ମନରେଗା କାମକୁ ନେଇ ଜନପ୍ରତିନିଧିମାନେ ବୈଠକରେ ତାତିଥିଲେ । ସରକାରୀ ବାବୁମାନେ ଜନପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ସଭ୍ୟ ସଭ୍ୟାମାନେ ମଧ୍ୟ ଅଭିଯୋଗ କରିଥିଲେ । କନିଷ୍ଠଯନ୍ତ୍ରୀ ବିନା ପଲ୍ଲିସଭାରେ ପ୍ରକଳ୍ପ ଅନୁମୋଦନ କରି ବିଲ୍ ପାସ କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା । ଏହାସହ ସେମାନେ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରିଛନ୍ତି । ଗାଈ ବଳଦ ନଥିବା ହିତାଧିକାରୀଙ୍କୁ ଗୁହାଳ ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ଲୋକପ୍ରତିନିଧିମାନେ କହିଥିଲେ । ବ୍ଲକ ଅଫିସରେ ଚାଲିଥିବା ବ୍ଲାକ୍ କାରବାର ବନ୍ଦ କରିବା ସହ ଅନିୟମିତାର ଉପଯୁକ୍ତ ତଦନ୍ତ ସହ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ବିଡିଓଙ୍କ ତାଗିଦରେ ବୈଠକରେ କ୍ଷମା ମାଗିଛନ୍ତି କନିଷ୍ଠଯନ୍ତ୍ରୀ ଓ ଏପିଇଓ । ଏହି ବୈଠକରେ ଝରିଗାଁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ବିଡିଓ, ସାଂସଦଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ, ବ୍ଲକ୍ ଉପାଧ୍ୟକ୍ଷ ଓ ୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ