Masthead

ଦଶମ ରାଉଣ୍ଡ ଶେଷ ସୁଦ୍ଧା କେତେ ଭୋଟ ପାଇଲେ ବେଣୁ ମଉସା ଜାଣନ୍ତୁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ) : ବାଲେଶ୍ୱର ଉପ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ବାରିକ (ବେଣୁ ମଉସା ) । ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କୁ ନେଇ ସରଗରମ ହେଇଥିଲା ବାଲେଶ୍ୱର ରାଜନୀତି । ବୃତ୍ତିରେ ବାରିକ ଥିବା ବେଣୁ ମଉସା ବସ୍ତି ବାସିନ୍ଦାଙ୍କ ହକ ପାଇଁ ଲଢେଇ କରି ଚର୍ଚ୍ଚାରେ ଥିଲେ । ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବେଣୁ ମଉସାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ ଅନେକ ୟୁଜର୍ସ । ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା ମଧ୍ୟ ବେଣୁ ମଉସାଙ୍କ ପାଇଁ କରିଥିଲେ ପ୍ରଚାର ।

ପ୍ରଥମେ ଚାଲ ଚାଲି ପ୍ରଚାର କରୁଥିବା ବେଣୁ ମଉସା ପରେ ବିଏମଡବ୍ଲ୍ୟୁ ଭଳି ସୌଖିନ ଗାଡ଼ି ଧରି କରିଥିଲେ ପ୍ରଚାର । ଆଜି ଭୋଟ ଗଣତି ବେଳେ ଆପଣ ସମସ୍ତଙ୍କ ନଜର ଥିବ ବେଣୁ ମଉସାଙ୍କ ଉପରେ । ତେବେ ଆପଣ ଜାଣନ୍ତି କି କେତେ ଭୋଟ ପାଇଛନ୍ତି ବେଣୁ ମଉସା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦଶମ ରାଉଣ୍ଡ ଶେଷ ସୁଦ୍ଧା ବେଣୁ ମଉସାଙ୍କୁ ମିଳିଛି ମାତ୍ର ୩୨୬ ଭୋଟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!