Before Header

Breaking News

ଆଜି ବିଧାନସଭାର ବଜେଟ ଅଧିବେଶନର ନବମ କାର୍ଯ୍ୟ ଦିବସ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର: ନବମ ଓ ଏକାଦଶ ସକାଳ ୭ଟା ରୁ ୯ଟା , ଦଶମ ଓ ଦ୍ୱାଦଶ ଣ୍ରେଣୀ ୯ଟା ରୁ ଗୋଟାଏ ପର୍ଯ୍ୟନ୍ତ
ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ: ଘରୋଇ ହସ୍ପିଟାଲରେ ମିଳିବ ଟିକା: ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି
ଆଜି ହେଉଛି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହେବେ ଶ୍ରୀଜିଉ: ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଚାକିରୀ ଓ ଲୋନ କରାଇ ଦେବାକୁ କହି ୩୬ ଲକ୍ଷ ଟଙ୍କାର ଠକେଇ: ନିଜର ଅସଲି କାଗଜପତ୍ର ଦେଇ ଫସିଲେ ଯୁବକ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକମାନେ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୨୮ ହଜାର ୧୦୧କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧ ଜଣ: ସୁସ୍ଥ ହେଲେଣି ୮ କୋଟିରୁ ଉର୍ଦ୍ଧ ଆମେରିକାରେ ବଢୁଛି ମୃତ୍ୟୁସଂଖ୍ୟା
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମାରିକ କାର୍ଯ୍ୟାନୁଷ୍ଠାନ: ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍: ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା: ଏକାଧିକ ମୃତ୍ୟୁ ସୂଚନା

ନଜର ପକାନ୍ତୁ ଆସନ୍ତା ୩ଦିନ କେମିତି ରହିବ ପାଣିପାଗ

0 96

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୯ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ୨୯ ରାତିରୁ ୩୦ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା,କେନ୍ଦୁଝର,ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ଘନକୁହୁଡ଼ି ଲାଗିରହିବ । ସେହିପରି ୩୦ ରାତିରୁ ୩୧ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ଖୋର୍ଦ୍ଧା, ନୟାଗଡ଼,୍ରଅନୁଗୁଳ, ପୁରୀ, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ଲାଗି ରହିବ ଘନକୁହୁଡ଼ି । ୩୧ ତାରିଖ ରାତିରୁ ଫେବୃଆରୀ ୧ପର୍ଯ୍ୟନ୍ତ କନ୍ଧମାଳ, ନୟାଗଡ଼, କଟକ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିବ । ସ୍ୱତନ୍ତ୍ର ରିଲିଫ କମିଶନର ଏଥିପାଇଁ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇ ଦେଇଛନ୍ତି । ଘନକୁହୁଡ଼ି ଯୋଗୁଁ ଯେପରି ସଡ଼କ ଦୁର୍ଘଟଣା ନଘଟିବ ସତର୍କ ରହିବା ପାଇଁ ପୋଲିସ ଓ ପରିବହନ ବିଭାଗ କର୍ମଚାରୀମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.