Masthead

ଖାଁ ଖାଁ ଭସାଣି

ଲଇକେରା, (ବଡ଼ ଖବର ବ୍ୟୁରୋ): କରୋନା ମାଡ଼ରେ ଖାଁ ଖାଁ ମା’ଙ୍କ ଭସାଣି । ଦିଲ୍ଲୀରୁ ପଲ୍ଲୀ ସବୁଠି ସୀମିତ ସଂଖ୍ୟକ ଭକ୍ତରେ ଚାଲିଛି ଭସାଣି । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହିରେ ମା’ଙ୍କ ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି। ପୁଜା କମିଟି ପକ୍ଷରୁ କୋଭିଡ୍ ନିୟମକୁ ପାଳନ କରି ସ୍ୱଳ୍ପ ସଂଖ୍ୟକ ଭକ୍ତରେ ମା’ଙ୍କ ଭସାଣି ହୋଇଛି । ଦର୍ଶନ ଲାଗି ଭକ୍ତମାନେ ରାସ୍ତା କଡ଼଼ରେ ଓ ଛାତ ଉପରେ ଅପେକ୍ଷା କରି ରହିଥିଲେ । ଭସାଣି ଯାତ୍ରାରେ ମା’ଙ୍କ ପ୍ରତିମାକୁ ବାହାର କରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ପୋଖରୀରେ ବିସର୍ଜନ କରାଯାଇଥିଲା। ଆସନ୍ତା ବର୍ଷ ଯେପରି ଭକ୍ତ ଓ ମାଙ୍କ ମଧ୍ୟରେ ପାଚେରି ନ ରହୁ ସେଥିପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ