Masthead

ବୃଦ୍ଧ ବାପାମାଆଙ୍କ ପ୍ରେରଣା , ଦୁଇ ଭାଇ ବେକାରୀରୁ ସଫଳ ପରିବା ଚାଷୀ

ଭୁବନ(ବଡ଼ ଖବର ବ୍ୟୁରୋ): କରୋନା କଟକଣା ବଦଳାଇଛି ବହୁ ଲୋକଙ୍କ ଜୀବନ ଜୀବିକା । କରୋନା କଟକଣା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଠପ ହୋଇଯାଇଛି । ନିଜ ପରିବାରର ଖର୍ଚ୍ଚ କିପରି ତୁଲାଇବେ, ସେଥିପାଇଁ ତାଙ୍କର ନିଦ ହଜିଯାଇଥିଲା । ନିଜ ସମସ୍ୟା ସମ୍ପର୍କରେ ଜଣାଇଲେ ବୃଦ୍ଧ ପିତାମାତାଙ୍କୁ । ବୃଦ୍ଧା ଦମ୍ପତ୍ତି ଆଲୋଚନା କରି ନିଜ ଜମିରେ ପରିବା ଚାଷ ପାଇଁ ଦୁଇ ପୁଅଙ୍କୁ ପରାମର୍ଶ ଦେଇଥିଲେ । ସେମାନେ ଚାରି ଏକର ଜମିରେ କରିଛନ୍ତି ପରିବା ଚାଷ । ପରିବା ବିକ୍ରି କରି ଘରର ଆର୍ଥିକ ମାନଦଣ୍ଡ ବଦଳିବା ସହିତ ୧୦ / ୧୫ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଯାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ୧୨ ନଂ ୱାଡର ଗୋପାଳପୁର ପାଟଣାରେ ।

ଦୁଇ ପୁଅ ବୋହୁ ଓ ନାତିନାତୁଣୀଙ୍କୁ ନେଇ ସୁନାର ସଂସାର । ନିଜର ବେରୋଜଗାର ସମସ୍ୟା ନେଇ ନିଜର ବୃଦ୍ଧ ବାପାମାଆଙ୍କୁ ଜଣାଇଥିଲେ । ଦୁଇ ପୁଅଙ୍କଠାରୁ ସବୁକଥା ଶୁଣିବା ପରେ ନିଜ ଜମିରେ ପରିବା ଚାଷ କରିବାକୁ ପୁଅମାନଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଲେ । ପୁଅମାନେ ବୃଦ୍ଧ ବାପାମାଆଙ୍କ ସହଯୋଗରେ ବର୍ତ୍ତମାନ ସେହି ଜମିରେ ବାଇଗଣ, ବନ୍ଧାକୋବି, ଫୁଲକୋବି, କାକୁଡି, କଲରା, ବିଲାତିବାଇଗଣ, ଧୋଡଙ୍ଗ, ଭେଣ୍ଡି ଇତ୍ୟାଦି ଫସଲ ଚାଷ କରିଛନ୍ତି । ୧୨ ଜଣ ଶ୍ରମିକ କାମ କରି ନିଜନିଜର ପରିବାର ମଧ୍ୟ ପ୍ରତିପୋଷଣ କରୁଛନ୍ତି । ଦେଢ ମାସ ପରେ ଏବେ ପରିଶ୍ରମର ଫଳ ମିଳୁଛି । ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ବାଇଗଣ, ଭେଣ୍ଡି,କାକୁଡି, ଅମଳ କରି ବିକ୍ରି କରି ଲାଭବାନ ହୋଇ ପାରିଛନ୍ତି । ବେପାରୀମାନେ ଆସି ଚାଷ ଜମିରୁ ପରିବା ନେଇ ବଜାରରେ ବିକ୍ରି କରୁଛନ୍ତି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ପରିବା ଦରରେ ସହାୟତା ହୋଇ ପାରିଛନ୍ତି । ବିପଦବେଳେ ଦୁଇ ଭାଇ ବୃଦ୍ଧ ବାପାମାଆଙ୍କଠୁ ପ୍ରେରଣା ପାଇ ବିପଦ ମୁକ୍ତ ହୋଇଥିଲେ । ସମାଜରେ ପ୍ରତିଟି ପରିବାର ପାଇଁ ବୃଦ୍ଧ ପିତାମାତାଙ୍କର କିପରି ଆବଶ୍ୟକତା ରହିଛି ଏଠାରେ ପ୍ରମାଣିତ ହୋଇଛି । କରୋନା ମହାମାରୀ ସମୟରେ ବୃଦ୍ଧା ଦମ୍ପତ୍ତି ଦେଇଥିବା ପ୍ରେରଣା ଓ ମାର୍ଗଦର୍ଶନ ଯୁବ ପିଢିଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ