Masthead

କୋହଳ ହେବ ସ୍କୁଲ ଫି

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ସ୍କୁଲ ଫି କୋହଳ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ କରାଯିବ । ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ୭ଟି ପର୍ଯ୍ୟାୟରେ ଏହି ସ୍କୁଲ ଫି ଛାଡ଼ କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତି ଅନୁସାରେ ବାର୍ଷିକ ୬ ହଜାରରୁ କମ ଫି ଆଦାୟ ହେଉଥିଲେ ୭.୫ ପ୍ରତିଶତ ଛାଡ଼ କରାଯିବ । ସେହିପରି ୧୨ ହଜାରରୁ ଉଦ୍ଧ୍ୱର୍ ୨୪ ହଜାରରୁ କମ ଥିଲେ ୧୨ ପ୍ରତିଶତ ଛାଡ଼ ହେବ । ଅନ୍ୟପଟେ ୨୪ ହଜାରରୁ ଉଦ୍ଧ୍ୱ ୪୮ ହଜାରରୁ କମ ଫି ଦେଉଥିଲେ ୧୫ ପ୍ରତିଶତ ଛାଡ଼ ହେବ । ୪୮ ହଜାର ଓ ୭୨ ହଜାର ମଧ୍ୟରେ ସ୍କୁଲ ଫି ଦେଉଥିଲେ ୨୦ ପ୍ରତିଶତ ଛାଡ଼ ହେବ ।

ଅନ୍ୟପଟେ ୭୨ ହଜାରରୁ ଏକ ଲକ୍ଷ ମଧ୍ୟରେ ସ୍କୁଲ ଫି ଦେଉଥିଲେ ୨୫ ପ୍ରତିଶତ ଛାଡ଼ କରାଯିବ । ସେହିପରି ଭାବେ ସ୍କୁଲ ଫି ୧ ଲକ୍ଷରୁ ଅଧିକ ହୋଇଥିଲେ ୨୬ ପ୍ରତିଶତ ଛାଡ଼ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । କେବଳ ଏତିକି ନୁହେଁ ଏହା ବ୍ୟତୀତ ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ଼ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟ୍ରନାଲ ଏକଜାମ ଫି, ୟୁନିଫର୍ମ ଫି, ରିଆଡ଼ମିଶନ ଫି, ଡ଼େଭଲପମେଣ୍ଟ ଫିି, ଆନୁଆଲ ଫି ଆଦି ଆଦାୟ ନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ