Masthead

ଲଢେଇରେ ଆଖି ବୁଜିଲା କୃଷ୍ଣସାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୫ ନମ୍ବର ଖୁଆଡରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାର ମୃଗର ଆଜି ମୃତ୍ୟୁ ଘଟିଛି ।ଶନିବାର ଅପରାହ୍ନରେ ୨ଟି କୃଷ୍ଣସାର ମୃଗ ମଧ୍ୟରେ ଲଢେଇ ହୋଇଥିଲା । ୧୨ ବର୍ଷର ବୟସ୍କ କୃଷ୍ଣସାର ମୃଗର ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇପଡିଥିଲା । ଜନ୍ତୁ ବିଭାଗ ଅଧିକାରୀଙ୍କ ଅବହେଲାରୁ ଛଟପଟ ହେଉଥିବା କୃଷ୍ଣସାର ମୃଗଟିର ବିଳମ୍ବରେ ଚିକିତ୍ସା କରାଯାଇଥିଲା । ଆଜି ସକାଳୁ ଖୁଆଡ ମଧ୍ୟରେ ମରି ପଡିଥିବା ଦେଖିବାକୁ ମିଳିଛି । କେଉଁ କାରଣ ଯୋଗୁଁ କୃଷ୍ଣସାର ମୃଗର ମୃତ୍ୟୁ ଘଟିଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ବର୍ତ୍ତମାନ ନନ୍ଦନକାନନରେ ଏହି ମୃଗର ମୃତ୍ୟୁ ପରେ କୃଷ୍ଣସାର ମୃଗ ସଂଖ୍ୟା ୩୯କୁ ଖସିଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା