Masthead

ଦାଦନ ଖଟିବାକୁ ଯାଇ ଓଡିଆ ଆଦିବାସୀ ଯୁବକଙ୍କ ମୃତ୍ୟୁ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ନିଜ ଜିଲ୍ଲାରେ ମିଳିଲା ନାହିଁ ଶ୍ରମିକଙ୍କୁ ଶ୍ରମ ପରିଚୟ ପତ୍ର । ଫଳରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଯୁବକ। ମାଲକାନଗିରି ଜିଲ୍ଲା ୧୧୯କଲୋନୀରେ ଦିର୍ଘ ବର୍ଷ ଧରି ରହୁଥିଲେ ପ୍ରଶାନ୍ତଙ୍କ ପରିବାର ।

ତେବେ ବୁଢା ବାପା ଗୋଟିଏ ଚାହା ଦୋକାନରେ କାମ କରୁଥିବା ବେଳେ ସେତିକି ଟଙ୍କାରେ ପୁରା ପରିବାର ଚାଲୁ ନଥିଲା ଯେଉଁଥିପାଇଁ କୁଲି ବୃତ୍ତି କରିବାକୁ ଘରୁ ଵାହରି ପଡ଼ିଥିଲେ ପ୍ରଶାନ୍ତ । ଶ୍ରମିକ ପରିଚୟପତ୍ର ନଥିବାରୁ କୌଣସି କାମ ମିଳୁନଥିଲା। ବାରମ୍ବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଵେଦନ କରିଥିଲେ ହେଁ ଦୀର୍ଘ ବର୍ଷ ଧରି ତାଙ୍କ ଶ୍ରମିକ ପରିଚୟ ପତ୍ରଟିଏ ମିଳିନଥିଲା । ଫଳରେ ପେଟର ଭୋକକୁ ମେଣ୍ଟାଇବାକୁ ଯାଇ ପ୍ରଶାନ୍ତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ ।

ଗତ ଦୁଇ ବର୍ଷ ଧରି ଆନ୍ଧ୍ରପ୍ରଦେଶରେ ଏଣେ ତେଣେ ଖୁବ ଅଳ୍ପ ମଜୁରିରେ କାମ କରୁଥିଲେ ପ୍ରଶାନ୍ତ । ହେଲେ ଗତକାଲି ଠିକା କାର୍ଯ୍ୟ ଚାଲିଥିବା ସ୍ଥାନରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ପର୍ଯ୍ୟନ୍ତ ଶବ ଆଣିବା ଲାଗି ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ପାଖରେ ଅର୍ଥ ନଥିବା ବେଳେ ଠିକା କମ୍ପାନୀ ମଧ୍ୟ ଆଗ୍ରହ ପ୍ରକାଶ କରି ନାହିଁ । ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ପ୍ରଶାନ୍ତଙ୍କ ମୃତ ଦେହ ଆଣିବା ଲାଗି କୌଣସି ପ୍ରୟାସ କରୁନଥିବା ଜଣାପଡିଛି।

ଶ୍ରମିକମାନଙ୍କ ଲାଗି ସରକାର କେତେ କଣ ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ପ୍ରଶାନ୍ତଙ୍କ ଭଳି ଉପାନ୍ତ ଅଞ୍ଚଳର ଜଣେ ଆଦିବାସୀ ଯୁବକ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ପ୍ରାଣ ହରାଇଥିବା ବେଳେ ତାହାର କୌଣସି ଖବର ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ନାହିଁ । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ । ତେବେ ଶବ କେମିତି ଘରକୁ ଫେରିବ ସେ ନେଇ କିନ୍ତୁ କିଛି ଉତ୍ତର ରଖି ନାହାନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ