Masthead

ଜଳେଶ୍ୱରରେ ବଡ଼ ବାଲି ରେଡ୍

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଗଲା ଜଳେଶ୍ୱର ତହସିଲଦାରଙ୍କ ପାରିବା ପଣିଆ । ତହସିଲଦାରଙ୍କ ଛାତି ଉପରେ ଦିନରାତି ଚାଲିଥିଲା ବେଧଡକ ବାଲି ଚୋରି । ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ହାତରେ ଧରା ପଡ଼ିଗଲା ସବୁ ସତ । ବିନା ଅନୁମତିରେ ଜଳେଶ୍ୱର ଏକ୍ତାଳୀ ଠାରେ ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆ କରୁଥିଲେ ବାଲି ଲୁଟ୍ । ରାତି ଅଧରେ ଜିଲ୍ଲାପାଳ ଅଚାନକ ଛଢାଉ କରି ୩୨ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି ।

ଆହୁରି ଅନେକ ଗାଡି ନେଇ ଚମ୍ପଟ ମାରିଛନ୍ତି ଡ୍ରାଇଭର । ୧୦ ଜଣରୁ ଅଧିକ ବାଲି ବୋଝେଇ ଡ୍ରାଇଭର ଅଟକ ଥିବାବେଳେ ପାଚେରୀ ଡେଇଁ ପଳାଇଲା ବାଲିମାଫିଆ ଅନୁ । ସୂଚନା ଅନୁସାରେ ଜଳେଶ୍ୱରର ବିଭିନ୍ନ ବାଲି ଖାଦାନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲେ ଜିଲ୍ଲାପାଳ । ଏହି ଚଢ଼ାଉରେ ଉପ ଜିଲ୍ଲାପାଳ, ଏସପି, ସ୍ଥାନୀୟ ଥାନା ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ । ଦିନରେ ବାଲି ଉତ୍ତୋଳନ କରି ଏହି ବାଲିକୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଉଥିଲା ।

ଏହାପରେ ରାତି ହେଲେ ବଡ଼ ବଡ଼ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା । ଏନେଇ ଅଭିଯୋଗ ମିଳିବା ପରେ ବଡ଼ ଧରଣର ଚଢ଼ାଉ ହୋଇଥିଲା । ପ୍ରଶାସନ ଏହି ରେଡ୍ ବେଳେ ୩୨ଟି ବାଲି ବୋଝେଇ ଗାଡି ଜବତ କରିଛି । ତେବେ ପ୍ରଶ୍ନ ଉଠୁଛି ଯେ ଏତେବଡ଼ ବାଲି ଲୁଟ୍ ଉପରେ କାହିଁକି ଆଖିବନ୍ଦ କରି ବସିଥିଲେ ଜଳେଶ୍ୱର ତହସିଲଦାର । ନିରବ ବସିବା ପଛରେ କ’ଣ ରହିଛି ତହସିଲଦାରବାବୁଙ୍କ ରହସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ