Masthead

ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ଚିଲିକା

(ବଡ଼ ଖବର ବ୍ୟୁରୋ):  ଆସିଲାଣି ଶୀତ । ଶୀତ ଆସିବା ସହ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀଙ୍କ ଆଗମନ ଦ୍ୱାରା ଚିଲିକାର ରୂପ ବି ଆହୁରି ସୁନ୍ଦର ହୋଇଯାଇଛି । ଏହି ରଙ୍ଗବେରଙ୍ଗର ପକ୍ଷୀ ଚିଲିକାକୁ ପ୍ରତିବର୍ଷ ଆସନ୍ତି । ଶୀତ ଆସିବା ମାତ୍ରେ ଏହି ଅତିଥି ଆସନ୍ତି । ନୀଳ ଆକାଶରେ ହଜାର ହଜାର କିଲୋମିଟର ଅତିକ୍ରମ କରି ନିଳାମ୍ବୁ ଚିଲିକାରେ ପହଞ୍ଚିଛନ୍ତି ପ୍ରାୟ ୨୦ ହଜାରରୁ ୨୨ ହଜାର ପକ୍ଷୀ ।

ଅକ୍ଟୋବର ମାସର ତୃତୀୟ ସପ୍ତାହରେ ସୁଦୂର ଅଷ୍ଟ୍ରେଲିଆ, କାଜାକିସ୍ତାନ, ମାଙ୍ଗୋଲିଆ, ସୁଇଜରଲ୍ୟାଣ୍ଡ, ଲଦାଖ ଓ ଋଷ ଆଦି ଦେଶରୁ ଏହି ପକ୍ଷାମାନେ ଆସିଥାନ୍ତି । ତେବେ ଚିଲିକାର ନଳବଣ ଓ ମଙ୍ଗାଳାଯୋଡିରେ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଅତିଥିଙ୍କ ସୁରକ୍ଷା ପାଇଁ ୨୧ ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ବନପାଳ ସହିତ ୩ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ସୂଚନା ଅନୁସାରେ ୨୦୨୦ ଓ ୨୦୨୧ରେ ଚିଲିକାକୁ ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା