Masthead

ଆମ ଗୁଣ ଗାଅ ନହେଲେ ମାରିବୁ

(ବଡ଼ ଖବର ବ୍ୟୁରୋ): ତାଲିବାନ ଅକ୍ତିଆରରେ ଆଫଗାନିସ୍ତାନ । ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଥିଲା । କିନ୍ତୁ ବାସ୍ତବ ଚିତ୍ର କିଛି ଓଲଟା । ଏମିତି କିଛି ଘଟଣା ଘଟିଛି ସାମ୍ବାଦିକଙ୍କ କ୍ଷେତ୍ରରେ । ତାଲିବାନୀମାନେ ଛଡ଼ାଇ ନେଇଛନ୍ତି ତାଙ୍କ ସ୍ୱାଧୀନତା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିର ଜଣେ ଟିଭି ସାମ୍ବାଦିକଙ୍କ ଉପରେ ନିର୍ଯ୍ୟାତନା ଦେଖିବାକୁ ମିଳିଛି ।

https://twitter.com/MarinaMedvin/status/1432079652776984576?s=20

ତାଲିବାନୀମାନେ ଜୋରଜବରଦସ୍ତ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି । ସେତିକି ନୁହେଁ ଷ୍ଟୁଡିଓରେ ପଶି ତାଲିବାନମାନେ ସେମାନଙ୍କର ନିଷ୍ଠୁରତାର ଉଦାହରଣ ଦେଖାଇଛନ୍ତି । ଜଣେ ଆଙ୍କର ନିୟୁଜ ପଢୁଥିବା ସମୟରେ ସେମାନଙ୍କୁ ଜବରଦସ୍ତ ତାଲିବାନୀଙ୍କ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି । ମୁଣ୍ଡ ଉପରେ ବନ୍ଧୁକ ରଖି ଭୟଭୀତ କରାଇ କହୁଛନ୍ତି ଆମର ପ୍ରଶଂସା କର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’