Masthead

ଅଳପ କହିଲେ, ଅନେକ ଢୋକିଲେ ବିଜୟଶଙ୍କର

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ) : ସୋମାଲିକା ଓ ତିର୍ତ୍ତୋଲର ବିଧାୟକ ବିଜୟଶଙ୍କର ଦାସଙ୍କ ମଧ୍ୟରେ ଚାଲିଛି ବିବାଦ । ମାମଲା କୋର୍ଟରେ ଥିବା ବେଳେ ର ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି ଯୁବ ବିଧାୟକ । ସଫେଇ ଦେଇଛନ୍ତି, ମୁଁ କିଛି ଜାଣିନି ।  ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ବିବାଦ ଚରମସୀମାରେ । ଦୀର୍ଘଦିନ ଧରି ନିରବ ରହିଥିବା ବିଜୟଶଙ୍କର ଶେଷରେ ମୁହଁ ଖୋଲିଛନ୍ତି ।

କହିଛନ୍ତି କେସ ବିଚାରାଧୀନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ ଦିନ ଭିତରେ ଆସିଯିବ । ମାମଲଶ ବିଚାରାଧୀନ ଥିବାରୁ ମୁଁ କିଛି କହି ପାରିବି ନାହିଁ ।  ପୂର୍ବରୁ ସୋମାଲିକା ବିଜୟଶଙ୍କରଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ବିଧାୟକ ନାରୀଙ୍କ ସହ ଖେଳୁଛନ୍ତି । ପ୍ରତାରଣା କରୁଛନ୍ତି । କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ପୋଲିସ ବିଧାୟକଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲଗାଇଛି । କ’ଣ ପାଇଁ ବିଧାୟକଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଥିଲେ ସୋମାଲିକା ।  ଅଳପ କହିଲେ, ଅନେକ ଢୋକିଲେ ବିଜୟଶଙ୍କର । ଆସିଥିବା ଅଭିଯୋଗକୁ ଆଡେଇ ଦେଇ ସେ ଚାଲିଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ