ଆଗ ପଛ ହୋଇ ଚାଲିଗଲା ଦୁଇ ଦୁଇଟା ଜୀବନ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ବିଧିର ଏ କି ବିଧାନ । ପୁଅକୁ ତ ଛଡ଼ାଇ ନେଲା ହେଲେ ମାଆକୁ ସାଙ୍ଗରେ ବି ନେଇଗଲା । ଆଗ ପଛ ହୋଇ ଚାଲିଗଲା ଦୁଇ ଦୁଇଟା ଜୀବନ । ପୁଅର ଅକସ୍ମାତ ମୃତ୍ୟୁର ଦୁଃଖକୁ ସହ୍ୟ କରି ନପାରି ଚାଲିଗଲା ମାଆର ଜୀବନ । ପୁଅର ମୃତ୍ୟୁକୁ ୨୪ ଘଣ୍ଟା ନପୁରୁଣୁ ଚାଲିଗଲା ମାଆର ଜୀବନ । ମାଆ ଓ ପୁଅଙ୍କ ଏଭଳି ମୃତ୍ୟୁ ପରେ ସ୍ତବ୍ଧ ପାଲଟି ଯାଇଛି ସମଗ୍ର ଗାଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ବିଂଝାରପୁର ବ୍ଲକ ଅଳୁକୁଣ୍ଡ ପଞ୍ଚାୟତର କାଞ୍ଜିଆପାଟଣା ଗ୍ରାମରେ । ରବି ମଲ୍ଲିକଙ୍କ ପୁଅ ପିଣ୍ଟୁ ମଲ୍ଲିକ ।

ଇଲେକ୍ଟ୍ରି ମରାମତିର କାର‌୍ୟ୍ୟ କରନ୍ତି । ଗତ ୧୬ ତାରିଖ ସକାଳ ସମୟରେ ବିଲ ମଝିରେ ଥିବା ଏକ ନିମ ଗଛରେ ପିଣ୍ଟୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ପିଣ୍ଟୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରଯାଇଛି ସେ ବିଷୟରେ ପୋଲିସ ତଦନ୍ତ କରୁଥିବା ବେଳେ ୧୭ ତାରିଖ ସକାଳୁ ପିଣ୍ଟୁଙ୍କ ପରିବାରରୁ ଆସିଲା ଆଉ ଏକ ଦୁଃଖଦ ଖବର । ମୃତ ପିଣ୍ଟୁଙ୍କ ମାଙ୍କ ହୃଦଘାତ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୁଅ ପିଣ୍ଟୁର ହଠାତ ଏଭଳି ମୃତ୍ୟୁ ଦେଖି ଧୌର୍ଯ୍ୟହରା ହୋଇଯାଇଥିଲା ମାଆ । ଦିନରେ କିଛି ଖାଇ ନଥିଲା କି ରାତିରେ ଶୋଇନଥିଲେ । ଅତ୍ୟଧିକ ଚାପ ହେତୁ ମୃତ୍ୟୁ ଘଟିଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’