Masthead

ଆଗ ପଛ ହୋଇ ଚାଲିଗଲା ଦୁଇ ଦୁଇଟା ଜୀବନ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ବିଧିର ଏ କି ବିଧାନ । ପୁଅକୁ ତ ଛଡ଼ାଇ ନେଲା ହେଲେ ମାଆକୁ ସାଙ୍ଗରେ ବି ନେଇଗଲା । ଆଗ ପଛ ହୋଇ ଚାଲିଗଲା ଦୁଇ ଦୁଇଟା ଜୀବନ । ପୁଅର ଅକସ୍ମାତ ମୃତ୍ୟୁର ଦୁଃଖକୁ ସହ୍ୟ କରି ନପାରି ଚାଲିଗଲା ମାଆର ଜୀବନ । ପୁଅର ମୃତ୍ୟୁକୁ ୨୪ ଘଣ୍ଟା ନପୁରୁଣୁ ଚାଲିଗଲା ମାଆର ଜୀବନ । ମାଆ ଓ ପୁଅଙ୍କ ଏଭଳି ମୃତ୍ୟୁ ପରେ ସ୍ତବ୍ଧ ପାଲଟି ଯାଇଛି ସମଗ୍ର ଗାଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ବିଂଝାରପୁର ବ୍ଲକ ଅଳୁକୁଣ୍ଡ ପଞ୍ଚାୟତର କାଞ୍ଜିଆପାଟଣା ଗ୍ରାମରେ । ରବି ମଲ୍ଲିକଙ୍କ ପୁଅ ପିଣ୍ଟୁ ମଲ୍ଲିକ ।

ଇଲେକ୍ଟ୍ରି ମରାମତିର କାର‌୍ୟ୍ୟ କରନ୍ତି । ଗତ ୧୬ ତାରିଖ ସକାଳ ସମୟରେ ବିଲ ମଝିରେ ଥିବା ଏକ ନିମ ଗଛରେ ପିଣ୍ଟୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ପିଣ୍ଟୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରଯାଇଛି ସେ ବିଷୟରେ ପୋଲିସ ତଦନ୍ତ କରୁଥିବା ବେଳେ ୧୭ ତାରିଖ ସକାଳୁ ପିଣ୍ଟୁଙ୍କ ପରିବାରରୁ ଆସିଲା ଆଉ ଏକ ଦୁଃଖଦ ଖବର । ମୃତ ପିଣ୍ଟୁଙ୍କ ମାଙ୍କ ହୃଦଘାତ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୁଅ ପିଣ୍ଟୁର ହଠାତ ଏଭଳି ମୃତ୍ୟୁ ଦେଖି ଧୌର୍ଯ୍ୟହରା ହୋଇଯାଇଥିଲା ମାଆ । ଦିନରେ କିଛି ଖାଇ ନଥିଲା କି ରାତିରେ ଶୋଇନଥିଲେ । ଅତ୍ୟଧିକ ଚାପ ହେତୁ ମୃତ୍ୟୁ ଘଟିଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ