Masthead

ସେପ୍ଟେମ୍ବରରେ ୨ ବର୍ଷରୁ ଅଧିକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସେପ୍ଟେମ୍ବର ସୁଦ୍ଧା ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ନିମନ୍ତେ ‘କୋଭାକ୍ସିନ୍’ ଟିକା ମିଳିଯିବ ଏନେଇ ମଙ୍ଗଳବାର ଦିନ ଦିଲ୍ଲୀ ‘ଏମସ୍’ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି। ଫୁସଫୁସ୍‌ ଏବଂ ଶ୍ବାସପ୍ରଶ୍ବାସ ରୋଗ ସମ୍ବନ୍ଧୀୟ ପ୍ରବୀଣ ବିଶେଷଜ୍ଞ ତଥା ଭାରତ ସରକାରଙ୍କ କୋଭିଡ-୧୯ ଟାସ୍କ୍ ଫୋର୍ସର ବିଶିଷ୍ଟ ସଦସ୍ୟ ଡାକ୍ତର ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି, ୨ ଓ ୩ ୟ ପର୍ଯ୍ୟାୟ ପରୀକ୍ଷା ପରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ‘କୋଭାକ୍ସିନ୍’ର ତଥ୍ୟାବଳୀ ମିଳିଯିବ ଏବଂ ସେହି ମାସରେ ହିଁ ଟିକା ପ୍ରୟୋଗ ପାଇଁ ଅନୁମୋଦନ ଦିଆଯିବ ବୋଲି ଆଶା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଯଦି ‘ଫାଇଜର୍-ବାୟୋଏନ୍ଟେକ୍’ ଟିକାକୁ ଅନୁମୋଦନ ମିଳିଯାଏ, ତାହା ପିଲାମାନଙ୍କ ପାଇଁ ବିକଳ୍ପ ହୋଇପାରିବ। ଟିକା ପରୀକ୍ଷା ନିମନ୍ତେ ଦିଲ୍ଲୀ ‘ଏମସ୍ ’ ପିଲାମାନଙ୍କୁ ଚୟନ କରି ସାରିଛି। ଜୁନ ୭ ରୁ ଆରମ୍ଭ ହୋଇଥିବା ଏହି ଚୟନ ପ୍ରକ୍ରିୟାରେ ୨ ରୁ ୧୭ ବର୍ଷ ବୟସ୍କ ପିଲାଏ ଅନ୍ତର୍ଭୁକ୍ତ ଅଛନ୍ତି। ସର୍ବନିମ୍ନ ଦୁଇ ବର୍ଷ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍’ ପରୀକ୍ଷା ନିମନ୍ତେ ‘ଡିସିଜିଆଇ’ ମେ ୧୨ ତାରିଖ ଦିନ ‘ଭାରତ ବାୟୋଟେକ’କୁ ଅନୁମତି ଦେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI