Masthead

ପକ୍ଷୀ ପ୍ରେମରେ ପରିବାର, ଭାଇ ଭାବି ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ

ସୋର (ବଡ଼ ଖବର ବ୍ୟୁରୋ): ପକ୍ଷୀ ପ୍ରେମରେ ପରିବାର । ବାଦୁଡିକୁ କରିଛନ୍ତି ପୁଅ । ଭାଇ ଭାବି ଭଉଣୀ ହାତରେ ରାକ୍ଷୀ ବାନ୍ଧୁଛି । ବାଲେଶ୍ୱର ଖଇରା ଅଂଚଳରେ ଦେଖିବାକୁ ମିଳିଛି ପକ୍ଷୀ ସହ ଏଭଳି ନିଆରା ଭଲପାଇବା । ବାଦୁଡ଼ି ସାଜିଛି ପରିବାରର ସଦସ୍ୟ । ପରିବାର ସହିତ ଲଗାଇଦେଇଛି ଅତ୍ମୀୟତା । ୧୨ ବର୍ଷ ହେବ ଅମୂଲ୍ୟଙ୍କ ପୁଅ ପରି ରହିଛି ଘରେ ଆଉ ଭାଇ ଭାବି ଝିଅ ବାନ୍ଧୁଛି ରାକ୍ଷୀ । ସମାଜରେ ଏବେ ଆତ୍ମୀୟଙ୍କ ମଧ୍ୟରେ ସମ୍ପର୍କ ହଜିଯାଉଥିବା ବେଳେ ଏ ପରିବାର କହୁଛି ସମ୍ପର୍କର ଅର୍ଥ । ମଣିଷ ପ୍ରେମରେ ପକ୍ଷୀ ବାଦୁଡ଼ି ଆଉ ବାଦୁଡ଼ି ପ୍ରେମରେ ପୁରା ପରିବାର । ପିଉଛି ମୃଦ୍ୟୁ ପାନୀୟ ଆଉ ଖାଉଛି ଫଳ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓଷଙ୍ଗ ଗାଁର ଅମୂଲ୍ୟ ବେହେରା । ସେ ଆଜିକୁ ୧୨ବର୍ଷ ତଳେ ଗୋଟିଏ ଛୋଟ ବାଦୁଡ଼ି ଘର ଅଗଣାରୁ ପାଇଥିଲେ । ସେହି ଦିନ ଠାରୁ ବାଦୁଡ଼ି ହୋଇଯାଇଛି ପରିବାରର ସଦସ୍ୟ । ଅମୂଲ୍ୟ ଧାନଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଅମୂଲ୍ୟ କେବେ ବି ବାଦୁଡି ପ୍ରତି ଅବହେଳା କରିନାହାଁନ୍ତି । ଆଉ ଖାଇବା ବିଳମ୍ବ ହେଲେ ପରିବାରରେ ଝଗଡା ହୋଇଥାଏ । ନିଜ ପିଲାଙ୍କ ପ୍ରତି ଯେତିକି ଯତ୍ନ ନେଇଥାନ୍ତି ବାଦୁଡି ପ୍ରତି ମଧ୍ୟ ସେତିକି ଯତ୍ନ ନେଇଥାନ୍ତି । ଅମୂଲ୍ୟଙ୍କର ପକ୍ଷୀ ବାଦୁଡ଼ି ପ୍ରତି ଭଲପାଇବା ସମାଜ ପାଇଁ ଉଦାହରଣ ସାଜିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ