ଗାଁରେ ବୁଲୁଛି ବାଘ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଆତଙ୍କ  । ଗାଁକୁ ରାତି ଅଧରେ ବାଘ ପଶି ଆସିବା ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତି ପ୍ରାୟ ସାଢେ ୧୧ ଟାରେ ଯୋଡ଼ିପଥର ଗାଁରେ ରହୁଥିବା ଜଣେ କଲେଜ ଛାତ୍ର ଘର ପାଖରେ ଥିବା ବେଳେ ବାଘ ଭଳି ଦେଖାଯାଉଥିବା ବନ୍ୟ ଜନ୍ତୁ ଛପିଛପି ଗାଁ ଭିତରକୁ ଆସୁଥିବା ଦେଖିଥିଲେ । ଏହାପରେ ଆଉ ଜଣେ ଯୁବକ ସହ ଲୁଚି ରହି ନିଜ ମୋବାଇଲ ରେ ଭିଡିଓ କରିଥିଲେ । କିଛି ସମୟ ପରେ ଗାଁରେ ଥିବା କୁକୁର ଗୁଡିକ ଭୁକିବା ପରେ ଏହି ବନ୍ୟ ଜନ୍ତୁ ଚାଲିଯାଇଥିଲା ।

ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହା ପୁର୍ବରୁ ଅଞ୍ଚଳରେ ବାଘଥିବା ନଜରକୁ ଆସିନଥିବା ବେଳେ ଏବେ ଅଧରାତିଆ ଗ୍ରାମକୁ ଆସିଥିବା ବନ୍ୟଜନ୍ତୁଟି ଲୋକଙ୍କୁ ଭୟଭୀତ କରିଛି। ଭାଇରାଲ ହେଉଥିବା ଭିଡିଓ ରେ ଦୃଶ୍ୟମାନ ହୋଇଥିବା ବନ୍ୟଜନ୍ତୁଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା, ଲାଞ୍ଜ ମଧ୍ୟ ଲମ୍ବା ଥିବା ଜଣାପଡ଼ୁଛି । ଯାହା ଫଳରେ ଏହା କଲରା ପତରିଆ ବାଘ ବୋଲି କୁହାଯାଉଛି । ତେବେ ଶିକାର କରିବା ପାଇଁ ବାଘ ଆସିଥିବା ଅନୁମାନ କରୁଛନ୍ତି ଗ୍ରାମବାସୀ । ଏନେଇ ଚାନ୍ଦିପୁଟ ବନ୍ୟକର୍ମଚାରୀଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଏହା କୌଣସି ବାଘ ନୁହଁ ଭୁଆ ବିରାଡ଼ି, ତେଣୁ ଭୟଭୀତ ହେବାର କୌଣସି କାରଣ ନଥିବା କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ