Masthead

ଝାରସୁଗୁଡ଼ାରେ ଦଳ ଜୋରଦାର ଲଢେଇ କରିବ: ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ଲଢିବୁ ଏବଂ ଜିତୁବୁ । ଯେମିତି ଧାମନଗର ଉପନିର୍ବାଚନରେ ଜିତିଥିଲୁ ସେମିତି ଝାରସୁଗୁଡ଼ାରେ ମଧ୍ୟ ଲଢିବୁ ଏବଂ ଜିତିବୁ ବୋଲି କହିଛି ବିଜେପି । ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଜେପି ଏକ କ୍ୟାଡ଼ର ବେଶ ପାର୍ଟି ହୋଇଥିବାରୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ଦଳ ସବୁ ବେଳେ ଫିଟ୍ ଥାଏ । ଏବେ ଆମର ବୁଥ୍ ସଶକ୍ତିକରଣ କାର୍ୟ୍ୟକ୍ରମ ଚାଲିଛି । ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ସେଠାରେ ଦଳ ଜୋରଦାର ଲଢେଇ କରିବ । ଆମେ ଯେମିତି ଧାମନଗର ଉପନିର୍ବାଚନରେ ଲଢ଼ି ଥିଲୁ ଓ ଜିତି ଥିଲୁ । ସେମିତି ଝାରସୁଗୁଡାରେ ମଧ୍ୟ ଲଢିବୁ ଏବଂ ଜିତିବୁ । ସେଠି ଆମର ସଙ୍ଗଠନ ମଜବୁତ ଅଛି । ଗତ ନିର୍ବାଚନରେ ମଧ୍ୟ ଭଲ ଭୋଟ ପାଇଥିଲୁ । ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ କି ନାହିଁ, ତାହା ତ ସମୟ କହିବ । କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ବିଜେପି ଗୁରୁତର ସହ ନେଇଥାଏ । ଯାହା ଫଳାଫଳ ଆସିବ, ତାକୁ ଦଳ ନିର୍ଣ୍ଣାୟକ ମୋଡ଼କୁ ନେଇଯିବ ଏବଂ ପରିବର୍ତ୍ତନର ସଙ୍କେତ ଦେବ । ତା ସହ ହାଇକମାଣ୍ଡ ଠିକ୍ ସମୟରେ ପ୍ରାର୍ଥୀ ଚୟନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର