Before Header

ଲୋକଙ୍କୁ ଅଧିକାର ଦେବାରେ ‘ବଡ଼ ଖବର’ ହିଁ ଏକମାତ୍ର ମାଧ୍ୟମ: ରାଜ୍ୟପାଳ

0 10

(ବଡ଼ ଖବର) ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ସୋମବାର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ, ସମାଜର ଶୋଷିତ ଅବହେଳିତ ଶ୍ରେଣୀର ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା , କ୍ଷମତାଶାଳୀ ଲୋକଙ୍କ ଦ୍ୱାରା ନିର୍ଯାତିତ ଲୋକଙ୍କ କଥା ସାମ୍ନାକୁ ଆଣିବାରେ ସାହାଯ୍ୟ କରୁଥିବା ଗଣମାଧ୍ୟମ ହିଁ ଲୋକଙ୍କ ଚ୍ୟାନେଲ ହୋଇପାରିବ ବୋଲି ସେ କହିଥିଲେ ।

ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା , ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ କାବୁ ଦାସ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସମ୍ବାଦର ଶ୍ରୀ ପଟ୍ଟନାୟକ କହିଥିଲେ, ଅମଲାତନ୍ତ୍ର ଶାସନ ବ୍ୟବସ୍ଥା ହିଁ ଗଣତନ୍ତ୍ର ପାଇଁ ବଡ ବିପଦ । ନିର୍ବାଚିତ ପ୍ରତିନିଧିମାନେ ଗଣତନ୍ତ୍ରର ମୁଖ୍ୟ । ମାତ୍ର ସେ ବ୍ୟବସ୍ଥା ଆଉ ଦେଖିବାକୁ ମିଳୁନାହିଁ । କିଛି ନେତା ନିଜର ସ୍ଥିତି ବଞ୍ଚାଇବା ପାଇଁ ଚୁପଚାପ ସହି ଯାଉଇଛନ୍ତି । ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ବହୁତ ବଡ ବିପଦ । ତେବେ ଏଭଳି କ୍ଷେତ୍ରରେ ନେତାମାନେ ସ୍ଥିର କରିବା ଉଚିତ ଯେ, ବୃତ୍ତି, ଦଳ ଓ ମାଟି ମଧ୍ୟରୁ କେଉଁଟି ବଡ ? ତେବେ ଏଭଳି ନିଷ୍ପତି ନେବାକୁ ହେଲେ ତୃତୀୟ ନୟନର ଆବଶ୍ୟକତା ରହିଛି । ତୃତୀୟ ନୟନ କେବଳ ଭଗବାନ ଶିବଙ୍କର ଅଛି ।

ତେବେ ‘ବଡ଼ ଖବର’ ଭଗବାନ ଶିବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଥିଲେ ଗଣମାଧ୍ୟମ ସ୍ୱାବଲମ୍ବୀ ହେବା ପାଇଁ ପୃଷ୍ଠପୋଷକ ଆବଶ୍ୟକ । ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ହୋଇପାରିବ ନାହିଁ । ସାଧାରଣ କାବୁ ଦାସ ଯୋତା ବିକିଲେ, ଛିଣ୍ଡା ଯୋତା ସିଲେଇ କଲେ ନିଜ ପରିବାର ଚଳାନ୍ତି । ନିଜର ଝାଳବୁହା ପରିଶ୍ରମରୁ ମାସକୁ ୫୦୦ ଟଙ୍କା ବଡ଼ ଖବରକୁ ଦେବା ପାଇଁ ଇଚ୍ଛା କରିଛନ୍ତି । ତେବେ ତାଙ୍କ ପରି ୧୦ ଲକ୍ଷ ଦର୍ଶକ ବଡ଼ ଖବରକୁ ମିଳନ୍ତୁ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଥିଲେ, ଏବେ ସାମ୍ବାଦିକମାନଙ୍କୁ ଲୋକସଭା ଭବନ ମନା । କେହି ସରକାରଙ୍କ ଏହି ଅନ୍ୟାୟ ନିଷ୍ପତି ବିରୋଧରେ ସ୍ୱର ଉଠାଉ ନାହାନ୍ତି । ତେବେ ଏ କି ପ୍ରକାର ଗଣତନ୍ତ୍ର ବୋଲି ବରିଷ୍ଠ ନେତା ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଅହଂକାର ଓ ଗର୍ବ ଯତେବଳେ ସୀମା ଟପେ, ଏଭଳି ଘଟଣା ଘଟେ । ଯାହା ଫଳରେ ଗଣତନ୍ତ୍ର ବିପଦରେ ପଡିଥାଏ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଏବେ ମାନ୍ୟବର ସମ୍ବୋଧନ ଚାଲିଛି । ଭୟରେ ଚାଲିଛି ଏହି ସମ୍ବୋଧନ । କାଳେ ପଦବୀ ଚାଲିଯିବ ସେହି ଭୟ ଏବେ ନେତା ଓ ଅମଲାଙ୍କୁ ଘାରିଛି ବୋଲି ସେ କହିଥିଲେ ।

‘ବଡ଼ ଖବର’ ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ, ଗଣତନ୍ତ୍ରର ୪ଟି ଯାକ ସ୍ତମ୍ଭ ଏବେ ଅସୁସ୍ଥପ୍ରାୟ । ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ ଅସୁସ୍ଥ ଅଛନ୍ତି । ତେବେ କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନର ଶୀର୍ଷକ ଥିଲା, ‘ଇଣ୍ଡିଆନ ମିଡିଆ ସୋ ସରି’ । ବରିଷ୍ଠ ସ୍ତମ୍ଭକାର ଲେଖକ ତଥା ରାଜନୀତି ସମୀକ୍ଷକ ରଶିଦ କିଦୱାଇ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ଥିବା ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ସେ ସହଜ ଓ ସରଳ ଢଙ୍ଗରେ ରଖିଥିଲେ ।

Leave A Reply

Your email address will not be published.