Masthead

ବିସ୍କୁଟ ଖିଆ ଚାକିରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିକାଲି ବେକାର ଯୁବକ ଯୁବତୀଙ୍କୁ ଚାକିରୀଟିଏ ପାଇଁ କେତେ କଷ୍ଟ କରିବାକୁ ନ ପଡୁଛି । ଚଳିବା ପାଇଁ ନିଜ ପସନ୍ଦର ଚାକିରିଟେ ମିଳିବା କଷ୍ଟକର ବ୍ୟାପାର ହେଲାଣି । ପୁଣି ଏବେ କରୋନା ସମୟ । ଚାକିରୀ ମିଳିବା ମୁସ୍କିଲ ହୋଇପଡିଛି । ଚାକିରୀଆଙ୍କ ଅଧା ଦରମାରେ ଚାଲିଛି ଚଳଣି । ଏଭଳି ସମୟରେ ଏମିତି ଏକ ଚାକିରୀ ମିଳୁଛି ଯାହା ସହଜରେ ବିଶ୍ୱାସ କରିହେବନି । ହଁ ଆଜ୍ଞ।, ଏଭଳି ଏକ ଚାକିରୀ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ବିସ୍କୁଟ ଖିଆ ଚାକିରୀ ଏବେ ମିଳୁଛି ସ୍କଟଲାଣ୍ଡରେ । ‘ଇଣ୍ଡିପେଣ୍ଡେଁଣ୍ଟଟ୍ ନ୍ୟିଜ୍’ ଖବର ଅନୁସାରେ ସ୍କଟଲାଣ୍ଡର ବର୍ଡର ବିସ୍କୁଟ କମ୍ପାନୀ ଆଣିଛି ଏହି ସୁଯୋଗ । ପୋଷ୍ଟ ନାମ ‘ବିସ୍କୁଟଟେଷ୍ଟର’ ବା ବିସ୍କୁଟ ସ୍ୱାଦ ପରୀକ୍ଷାକାରୀ । ବର୍ଷକୁ ୪୦ହଜାର ପାଉଣ୍ଡ ଦରମା । ପୂର୍ଣ୍ଣକାଳୀନ ଚାକିରୀ । କରୋନା କାଳରେ ଏବେ ଚାକିରୀ ଆଶାୟୀଙ୍କ ପାଇଁ ସୁଯୋଗ ରହିଛି । ୨୦୧୯ରେ ଏଭଳି ଚାକିରୀ ଦେଇଥିଲା ଭାରତର ଏକ କମ୍ପାନୀ । ଯୋଉଠି ଥିଲା ଚକୋଲେଟ ଖିଆ ଚାକିରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ