Masthead

ବିଧାନସଭାରେ ବିଜେପି ସରକାରକୁ ପ୍ରଶ୍ନ କରି ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଜ ଗୋଡ଼ରେ ନିଜେ କୁରାଢି ମାରିଲେ ବିଜେଡି ନିରଞ୍ଜନ ପୂଜାରୀ । ବିଧାନସଭାରେ ବିଜେପି ସରକାରକୁ ପ୍ରଶ୍ନ କରି ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ପୂର୍ବ ସରକାର ସମୟରେ କରାଯାଇଥିବା ସେହି କାର୍ଯ୍ୟର ପୋଲ ଖୋଲି ଘେରିଲେ ଉପ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାର ପୋଲ ଖୋଲିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉପ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଉଦଘାଟନ କରା ଯାଇଥିଲା ।

ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ଯେଉଁ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚି ଥିବା କହୁଛନ୍ତି ତାହା ଠିକ ନୁହେଁ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ । ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ । ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ପୁର୍ବ ସରକାର ପ୍ରତ୍ୟେକ ବ୍ଳକ୍ରେ ୩୫ ପ୍ରତିଶତ ଜଳ ସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆଉ ଆମେ ବର୍ତ୍ତମାନ ଜଳ ସେଚନ କୁ ତ୍ୱରାନ୍ୱିତ କରିବା ପାଇଁ କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ