Before Header

ଅକ୍ଟୋବର ୧୦ରୁ ବସ୍‌ ଧର୍ମଘଟ

0 22

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବସିଥିବା ବୈଠକରେ ହୋଇଛି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ । ଅନ୍ୟପକ୍ଷରେ ଅକ୍ଟୋବର ୨ରେ ଅବିଭକ୍ତ କୋରାପୁଟରେ ବସ୍‌ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ମଧ୍ୟ କୁହାଯାଇଛି।

କାରଣ ସେହିଦିନ ମାଲକାନଗିରିରୁ ଲକ୍ଷ୍ମୀ ଆରମ୍ଭ ହେଉଥିବାରୁ ବସ୍‌ ବନ୍ଦ ଡାକରା ଦେଇଛି ସଂଘ । ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ନିଷ୍ପତି ନେଇଛି ସଙ୍ଘ । ବସ ମାଲିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ବାରମ୍ବାର ଚିଠି କରିବା ପରେ ମଧ୍ୟ ସରକାର କିଛି ନିଷ୍ପତି ନେଲେନାହିଁ । ଶେଷରେ ବାଧ୍ୟ୍ୟ ହୋଇ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଲୁ ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ।

Leave A Reply

Your email address will not be published.