Masthead

ବିଜେଡି ହାରିବା ସ୍ୱୀକାର କରିବାକୁ ଚାହୁଁନାହିଁ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି ଆମ ସପକ୍ଷରେ ଯାଉଛି ଶେଷ ପର୍ଯ୍ୟାୟ ଯାଏଁ ଯିବ । ଓଡ଼ିଶା ଲୋକଙ୍କ ଆଗରେ ସାମ୍ନା କରିବାକୁ ନୈତିକ ସାହସ ନାହିଁ ବିଜୁ ଜନତା ଦଳର ମୁଖିଆଙ୍କ ନିକଟରେ ବୋଲି ପ୍ରେସମିଟ କରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେଡି ହାରିବା ସ୍ଵୀକାର କରିବାକୁ ଚାହୁଁନାହାନ୍ତି। କିନ୍ତୁ ତାଙ୍କ ନେତା ବିଜୁ ବାବୁ ବି ଦିନେ ପାଞ୍ଚ ପାଞ୍ଚ ଥର ହାରିଥିଲେ। ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି।

ଏବେ କହିଛନ୍ତି ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ବାହାରକୁ ପଳାଇବି । ଉତ୍ତର ନାହିଁ ରାଜ୍ୟବାସୀଙ୍କୁ ଭମ୍ରିତ କରୁଛନ୍ତି। ହତାଶ ନିରାଶ ହୋଇପଡିଛି ବିଜେଡି ସରକାର। ସେ ଆହୁରି ମଧ୍ୟ କହିଛନ୍ତି ଯାହା ପାଇଁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ହତାଶ ନିରାଶ ହୋଇ ମତ ମନ୍ତବ୍ୟ ରଖୁଛନ୍ତି। ଯିଏ ଓଡ଼ିଶାରେ ସାଂସଦ ,ବିଧାୟକ ଓ ମନ୍ତ୍ରୀଙ୍କୁ ଯେଉଁ ସ୍ତରରେ ବ୍ୟବହାର କରୁଛନ୍ତି ସେ କଣ କହିବେ। ଗୁମସ୍ତା ପଚାରୁଛି କି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଆଜି ଯିଏ ଚଳାଉଛି ସେ ଲୋକଙ୍କୁ ଧମକ ଚମକ ଦେଉଛି । ସେ କଣ ବିଜେପିକୁ ଆଙ୍ଗୁଳି ଦେଖାଉଛି। ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ପାଞ୍ଚ ବର୍ଷ ଧରି ଓଡ଼ିଆ ଓଡ଼ିଶାଙ୍କ ଅସ୍ମିତାର ସହ ଚାଲିବ । ତାଙ୍କ ଦଳର ନା ପାଲାମେଣ୍ଟ ଅଛି ନା ତାଙ୍କ ଦଳ କେମିତି ଚାଲୁଛି ତାଙ୍କ ନେତା ବି ଜାଣନ୍ତି ନି । ଲୋକେ ବୁଝି ସାରିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ