Masthead

ସମ୍ୱଲପୁରରେ ଖସୁଛି ବିଜେଡିର ପଲ୍ଲା?

ସମ୍ବଲପୁର  (ବଡ଼ ଖବର ବ୍ୟୁରୋ):  ସାଧାରଣ ନିର୍ବାଚନ ରାଜନୈତିକ ଦଳଗୁଡ଼ିକର କବାଟ ଠକ୍ ଠକ୍ କଲାଣି । ବିରୋଧୀ ବିଜେପି ଓ କଂଗ୍ରେସ ଅପେକ୍ଷା ବିଜେଡି ସାଙ୍ଗଠନିକ ସ୍ଥôିତି ସଜାଡ଼ିବା ଆରମ୍ଭ କରିଦେଇଛି । ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ୱଲପୁର ପ୍ରଭାରୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଘନ ଘନ ସମ୍ୱଲପୁର ଗସ୍ତରେ ଆସି ଦଳୀୟ ନେତୃବର୍ଗଙ୍କ ସହ ଆଲୋଚନା ଚଳାଇଛନ୍ତି । ଏହା ସତ୍ତ୍ୱେ ବିଜେଡି ସମ୍ୱଲପୁରରେ ସଫଳତା ନେଇ ନିଶ୍ଚିତ ନୁହେଁ । ଏଠାରେ ବିଜେଡିର ଯେତେ ନେତା ସେତେ ଗୋଷ୍ଠୀ । ତେଣୁ ବିରୋଧୀ ବିଜେପି ଏଥିରୁ ଫାଇଦା ଉଠାଉଛି । ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭଗ୍ନ ସ୍ୱାସ୍ଥ୍ୟ, ଲୋକସଭା ସଦସ୍ୟ ନିତୀଶ ଗଙ୍ଗଦେବଙ୍କ ଅନାଗ୍ରହରୁ ମଧ୍ୟ ବିଜେଡି ଆଦୌ ରାଜନୈତିକ ଲାଭ ଉଠାଇ ପାରୁନାହିଁ । ଏବେ ପ୍ରାକ୍ତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଖେଳ ବିଜେଡ଼ି ପାଇଁ କାଳ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

୨୦୧୪ରେ ବିଜେପୁର ବିଧାନସଭା ଓ ୨୦୧୯ରେ ବରଗଡ଼ ଲୋକସଭା ନିର୍ବାଚନ ହାରିବା ପରେ ପ୍ରସନ୍ନଙ୍କ ଆଖି ପୁଣି ପଡିଛି ସମ୍ୱଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା ଆସନ ଉପରେ । ଯଦିଓ ସେ ରେଢ଼ାଖାଲରୁ ପ୍ରାର୍ଥୀ ହେବାକୁ ଖୋଲା ଖୋଲି କହୁ ନାହାନ୍ତି, କିନ୍ତୁ ସେଠାରୁ ସେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ପଦ୍ମପୁର ଓ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡ଼ିର ସଫଳତା ପରେ ଏହି ବର୍ଷୀୟାନ ନେତାଙ୍କର ଦଳରେ ଗୁରୁତ୍ୱ ବୃଦ୍ଧି ପାଇଛି । ତେବେ ତାଙ୍କର ରେଢ଼ାଖୋଲ ମୋହକୁ ବିଧାୟକ ରୋହିତ ପୂଜାରୀ ବିରୋଧ କରିବା ସ୍ୱାଭାବିକ । ପ୍ରସନ୍ନ ରେଢ଼ାଖୋଲରୁ ବିଧାନସଭାକୁ ନିର୍ବାଚିତ ହେଲେ ସମ୍ୱଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ବିଜେଡି ଗୁରୁତ୍ୱହୀନ ହୋଇପଡିବ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି । ତେଣୁ ରେଢ଼ାଖୋଲରୁ ତାଙ୍କର ପ୍ରାର୍ଥୀତ୍ୱ ସମ୍ୱଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଦଳୀୟ ଗୋଷ୍ଠୀକନ୍ଦଳରେ ଘିଅ ଢାଳିବା ଭଳି ହେବ । ସମ୍ୱଲପୁର ଏହି ବର୍ଷୀୟାନ ନେତାଙ୍କୁ ବହୁ ସୁଯୋଗ ଦେଇଛି ।

ବିଜେଡି ଗଠନ ପରେ ପରେ ଲଗାତାର ତିନିଥର ସମ୍ୱଲପୁରର ଭୋଟର ତାଙ୍କୁ ନିର୍ବାଚିତ କରି ଲୋକସଭାକୁ ପଠାଇଥିଲେ । ୨୦୦୯ ବିଧାନସଭା ନିର୍ବାଚନରେ ସୁଶାନ୍ତ ସିଂ ଙ୍କ ଦ୍ୱାରା ଭଟଲିରୁ ବିତାଡିତ ହେବା ପରେ ରେଢ଼ାଖୋଲରୁ ବିଧାନସଭାକୁ ନିର୍ବାଚିତ ହୋଇ ସେ ମନ୍ତ୍ରୀ ହୋଇଥିଲେ । ଏସବୁ ସତ୍ତ୍ୱେ ସମ୍ୱଲପୁର ବିକାଶରେ ତାଙ୍କର ଭାଗିଦାରୀ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସମ୍ୱଲପୁରରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅନୁପ୍ରବେଶକୁ ସଙ୍ଗଠନରେ ସମସ୍ତେ ଗ୍ରହଣ କରି ପାରୁନାହାନ୍ତି । ଭାବମୂର୍ତ୍ତିକୁ ଦେଖିଲେ ସମ୍ୱଲପୁରରେ ସେ ଗ୍ରହଣୀୟ ହୋଇ ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସୁଶାନ୍ତ ରେଙ୍ଗାଲି ଓ ଝାରସୁଗୁଡ଼ାର କିଛି ବ୍ୟବସାୟୀଙ୍କ ସହ ହାତ ମିଳାଇ ଅର୍ଥନୈତିକ ସାମ୍ରାଜ୍ୟ ଛିଡ଼ା କରିବାକୁ କୁଆଡେ ଚାହୁଁଛନ୍ତି । ବିଭିନ୍ନ ଅପରାଧିକ ମାମଲାରେ ଜଡିତ ବ୍ୟବସାୟୀଙ୍କ ସହ ତାଙ୍କ ସମ୍ପର୍କ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ମଧ୍ୟ ଆଲୋଚନା ହେଉଛି । ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ସମର୍ଥକଙ୍କ ସହ ତାଙ୍କର ଅହିନକୁଳ ସମ୍ପର୍କ ଦଳକୁ ଆହୁରି ଅଡ଼ୁଆରେ ପକାଇବ ବୋଲି ବିଜେଡିକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍