Masthead

ନେତା ଶୂନ୍ୟ ବିଜେଡି!, ଚିନ୍ତାରେ ନବୀନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଏବେ ଗଡ଼ବଡ଼ । କିଏ କରୁଛି କ’ଣ କାହାକୁ ନାହିଁ ଜଣା? ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ବି ପ୍ରଶ୍ନ? ଦ୍ୱନ୍ଦ୍ୱରେ ତୃଣମୂଳ ସ୍ତରର କର୍ମୀ ଓ ନେତା! ସତେରେ କ’ଣ ଓଡିÿଶା ରାଜନୀତିରୁ ଉଭାନ ହୋଇଯିବ କି ଶଙ୍ଖ ଦଳ? ଆଉ ରହିବନି କି ଆଞ୍ଚଳିକ ଦଳ? ୨୪ବର୍ଷ ଶାସନରେ ରହିବି ବିଜେଡିକୁ ଜଣା ନାହିଁ କି ଲୋକଙ୍କ ସହ ଠିଆ ହେବା? କ୍ଷମତାରୁ ଯାଉ ଯାଉ ଆଉ ଗାଁ ଗଣ୍ଡାରେ ନେତାଙ୍କର ନାହିଁ ଦେଖା! ଲୁପ୍ତ କାୟ ପାଲଟିଗଲେ କି ବିଜେଡି ଲିଡର୍? ଭୋଟ ବେଳେ ହେଉଥିଲେ ହାଉଯାଉ, ସମସ୍ୟାରେ ମିଳୁନାହାନ୍ତି ଦେଖା । ହାତ ଗଣତି କିଛି ନେତାଙ୍କୁ ଛାଡିଦେଲେ ଅନ୍ୟଙ୍କର ନାହିଁ ପତ୍ତା । କ’ଣ ୨୪ବର୍ଷ ଶାସନ ଗାଦିରେ ଓଡିÿଶାବାସୀ ବସାଇବାର ଏହି ପରିଣାମ? ବିରୋଧୀ ଆସନକୁ କ’ଣ ବିଜେଡି ନେତା ସହଜରେ କରିପାରୁନାହାନ୍ତି ଆପଣାଇ? ଜିଣିପାରିଲେନି ଲୋକଙ୍କ ମନ ହେଲେ ପାଟିରୁ ଯାଉନି କ୍ଷମତାର ଲାଳ ।

ପରାଜୟ ପରେ ଦଳ ଓ ନେତୃତ୍ୱଙ୍କ ବିରୋଧରେ ବିଶୋଦାଗାର କରି ଗୋଟେ ପରେ ଗୋଟେ ନେତା କଲେଣି ତ୍ୟାଗ । ହେଲେ ମୁଖିଆଙ୍କର ଭାଗୁନି କି ନିଦ? ନା ନବୀନ ଆଉ ଦଳକୁ ନେଇ ନାହାନ୍ତି ଚିନ୍ତିତ କି? ସମୀକ୍ଷା କେଲେ ହେଲେ ଫଳ ଶୂନ । ନା ଅଛି ଆକ୍ସନ, ନା ଅଛି ଷଡଯନ୍ତ୍ର କରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଆଉ କେତେ ଦଳକୁ କ୍ଷତି ପହଞ୍ଚାଇଲେ ନବୀନଙ୍କ ଭାଙ୍ଗିବ ନିଦ? ନା ଆଉ ଦଳ ଗଢିଉଠୁ ବୋଲି ଚାହୁଁ ନାହାନ୍ତି ନବୀନ? ଯେହେତୁ ପରିଣତ ବୟସରେ ପହଞ୍ଚି ଗଲେଣି ନବୀନ । ଆଉ ଏତେ ଟେନସନ ନେବାକୁ ସେଥି ପାଇଁ ଚାହୁନାହାନ୍ତି ତ? ଯଦି ତାହା ତେବେ ଏବେ ବି ଭରଷି ରହିଥିବା ନେତା ଓ କର୍ମୀ କଣ କରିବେ? ନା ଆସୁଛନ୍ତି ଶଙ୍ଖ ଭବନ ନା ଦଳର ଦିଶୁଛି ଆଖି ଦୃଶ୍ୟ କାର୍ଯ୍ୟକ୍ରମ ।

ଯାହା ଏବେ ବିଜେଡିକୁ ନେଇ ଅନେକ କଳ୍ପନା ଜଳ୍ପନା ହେବାରେ ଲାଗିଲାଣି । କାହିଁକି ନବୀନ ନିରବ ? ଏହା ପଛର କ’ଣ ରହିଛି କାରଣ? ବିଜେପି ସରକାରକୁ ଏହାରି ଭିତରେ ଛଅମାସରୁ ଅଧିକ ସମୟ ବିତିବାରେ ଲାଗିଲାଣି । ହେଲେ ବିରୋଧୀ ଭାବରେ ରାଜ୍ୟରେ କାହିଁକି ଉଠିପାରୁନି ବିଜେଡି? ଯଦି ଆଗକୁ ବିଜେଡିରେ ନିରବତା ଲାଗିରୁହେ ତେବେ ଶଙ୍ଖ ଦଳକୁ ନେଇ ହେଉଥିବା ଆଲୋଚନା ହୋଇଯାଇପାରେ ସତ୍ୟ । ରାଜ୍ୟ ରାଜନୀତିରୁ ପାଇଯାଇପାରେ ବିଜେଡି!

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ