Masthead

କାହିଁକି ଅପରାଧୀଙ୍କ ପ୍ରଥମ ପସନ୍ଦ ପୁରୀ, ପୋଲିସର ନିଷ୍କ୍ରିୟତା କି?

ପୁରୀ(ବଡ଼ ଖବର ବ୍ୟୁରୋ): ଅପରାଧୀଙ୍କ ପେଣ୍ଠସ୍ଥଳି ପାଲଟିଛି ପୁରୀ! ସାମ୍ରଜ୍ୟ ବିସ୍ତାର କରିଛନ୍ତି କିଙ୍ଗ! ନିଜର ସୁରକ୍ଷିତ ଆଡ୍ଡା ଭାବିନେଇଛନ୍ତି ମାଫିଆ । ନିଶା କାରବାର ପାଇଁ ସେଭ୍ ଜୋନ୍ ଭାବି ନିଜର କାର୍ଯ୍ୟକଳାପକୁ ଦିନକୁ ଦିନ ବୃଦ୍ଧି କରିଚାଲିଛନ୍ତି । ପୁରୀ ସହରଠୁ ନେଇ ଜିଲ୍ଲାରେ ବି ମାତିଛନ୍ତି ମାଫିଆ । ଯୁବପିଢି ହେଲେଣି ପଥଭ୍ରଷ୍ଟ । ସମୁଦ୍ର କୂଳରେ ତ ନ କହିଲେ ଭଲ । ବିପଦରେ ପର୍ଯ୍ୟଟକ । ବ୍ଲୁ ଫ୍ଲାଗ ଠାରୁ ଆରମ୍ଭ କରି ପେଣ୍ଠକଟା ଯାଏଁ ଲମ୍ବିଛି ବେପାରୀଙ୍କ ଦୌରାତ୍ମ୍ୟ । ଖାଲି ନିଶା କାରବାର ନୁହେଁ ଜୁଆ ଅଡ୍ଡା ବି ପୁରୀ ଜିଲ୍ଲାରେ ବେଶ ସକ୍ରିୟ । ଜିଲ୍ଲା ବାହାରର ବ୍ୟବସାୟ ହୁଅନ୍ତୁ ଅବା ଜିଲ୍ଲା ଭିତରର ବ୍ୟକ୍ତି ବିଶେଷ ସମସ୍ତେ ସଞ୍ଜନଇଲେ ଏଥିରେ ମାତିଯାଆନ୍ତି । ଯାହା ଆଇନଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁରୀ ସହାର, ଚନ୍ଦନପୁର, ପିପିଲି, ଅସ୍ତରଙ୍ଗ ଭଳି ଅଞ୍ଚଳରେ ବେଶ ଜୁଆ ଖେଳ ଜମୁଛି ।

ତାହା ସହ ଧିରେ ଧିରେ ବି ଦେହ ବ୍ୟବସାୟ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗୁଛି । ଏହି ସାମ୍ରାଜ୍ୟର ବୃଦ୍ଧି ବିସ୍ତାର ପୁରୀ ଜିଲ୍ଲାକୁ ବେଶ ସଙ୍କଟକୁ ଠେଲି ଦେଉଛି । ଯୁବପିଢି ପଥଭ୍ରଷ୍ଟ ହୋଇପଡିଛନ୍ତି । ରାତି ହେଲେ ବାହାରକୁ ବାହାରିବା ବି କଷ୍ଟ ହୋଇଗଲାଣି । ପରିବାର ସହ ସମୁଦ୍ର କୂଳ ବୁଲିଯିବା ବି ଏବେ ଆଉ ସମ୍ଭବ ହୋଇପାରୁନାହିଁ । ଖାଲି ସେତିକି ନୁହେଁ ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ବି ପୁରୀ ଆସିବାକୁ ଭାବିବାରେ ଲାଗିଲେଣି । ଆଉ ଯିଏ ବି ଅଜାଣତରେ ଥରେ ଆସିଯାଉଛି ସେ ଦ୍ୱିତୀୟ ଥର ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ବିଭିନ୍ନ ସମୟରେ ପରିିଲିକ୍ଷିତ ହେଉଛି । ପୁରୀ ପୋଲିସ ଉପରେ ଏବେ ସାଧାରଣରେ ଆଙ୍ଗୁଳି ଉଠିଲାଣି ? ଖାଲି ପୋଲିସ ନୁହେଁ ଅବକାରୀ ବିଭାଗର ବି ସେମିତି ଆଖି ଦୃଶ୍ୟ ପଦକ୍ଷପ ନାହିଁ । କାହିଁକି ସଠିକ ଭାବରେ ନିଜ କାର୍ଯ୍ୟ କରୁନାହାନ୍ତି ପୋଲିସ ଏବଂ ଅବକାରୀ ବାବୁ ମାନେ ? କାହିଁକି ଏ ଦିଗରେ ଚୁପ୍?

କିଏ ଯଦି କେବେ ଏ ଦିଗକୁ ନେଇ କେଉଁଠି ଆଲୋଚନା କରୁଛି ବିଭାଗ ଜାଣିବାକୁ ପାଇଲେ କିଛି ଦିନ ପାଇଁ ସଜାଗ ହୋଇଯାଉଛି । କିନ୍ତୁ ପରେ ଯେସାକୁ ତେଶା ନିତିରେ ପୋଲିସ । ଯଦି ସଠିକ ଓ ନିୟମିତ ଭାବେ ପ୍ରେଟୋଲିଙ୍ଗ ହୁଅନ୍ତା କିମ୍ବା ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରାଯାନ୍ତା ହୁଏତ ଏଭିଳି ଦୃଶ୍ୟ କି ଏଭଳି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠନ୍ତା ନାହିଁ । ବେଳେବେଳେ ତ ବୁଦ୍ଧିଜୀବୀଙ୍କ ମହଲରେ ଏହା ବି ଚର୍ଚ୍ଚା ହେଉଛି କି ଅପରାଧି ଓ ପୋଲିସଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଯାଇଛି । ଏହାରି ଭିତରେ ଜିଲ୍ଲା ବି ପାଇଛି ଜଣେ ଯୁବ ଆଇପିସ୍ ଅଧିକାରୀ ତଥା ଏସ୍ପି । ଏଭଳି ଅପରାଧିଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଜିଲ୍ଲାବାସୀଙ୍କ ସାଙ୍ଗକୁ ପୁରୀକୁ ଆସୁଥିବା ପର୍ଯ୍ୟଟକ କଲେଣି ଦାବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ