Masthead

ଶ୍ରୀ ମନ୍ଦିରରେ ଝୁଳଣ ଯାତ୍ରା

ପୁରୀ (ବଡ଼ ଖବର ବ୍ୟୁରୋ):  ଆଜି ଠାରୁ ଶ୍ରୀମନ୍ଦିର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଶ୍ରାବଣ କୃଷ୍ଣ ପ୍ରତିପଦା ଯାଏଁ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ।ଏହି ଦିନ ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ପରେ ଭିତର ଧୋ ପଖାଳ ହୋଇ ପାଳିଆ ମେକାପ ଘଟୁଆରୀ ଦେଇଥିବା ତିନି ରୂପା ଗିନାରେ ଚନ୍ଦନ ପାଳିଆ ପୁଷ୍ପାଳକଙ୍କୁ ପ୍ରଦାନ କରିଥାନ୍ତି । ଶ୍ରୀଜୀଉଙ୍କ ଝୁଲଣ ବେଶ ହୁଏ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଥିବା ଖଟସେଜରେ ବିଜେ କରାଇଥାନ୍ତି। ମଦନମୋହନଙ୍କୁ ମଝିରେ ବିଜେ କରାଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ମଦନମୋହନଙ୍କୁ ଓ ଉତ୍ତର ଭୁଜରୁ ଆସିଥିବା ମାଳ ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ପ୍ରଦାନ କରାଯାଇଥାଏ । ପରେ ମହାଜନ ସେବକ ତିନି ଚଳନ୍ତି ବିଗ୍ରହଙ୍କୁ ହାତରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ