Masthead

ବାଲେଶ୍ୱରରେ ବିଜେଡିର ସାମ୍ବାଦିକ ସମ୍ମିଳନୀ, କଣ କହିଲେ ଜାଣନ୍ତୁ

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିଜେପିକୁ ସିଧାସଳଖ ଟାର୍ଗେଟ କରାଯାଇଛି। ବିଜେଡି ବାଲେଶ୍ୱର ନିର୍ବାଚନ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗରେ କହିଛନ୍ତି ଅଞ୍ଚଳର ବିକାଶ ଦାୟିତ୍ୱ ଜନପ୍ରତିନିଧି ହାତରେ ଥାଏ। କିନ୍ତୁ ପୂର୍ବରୁ ଥିବା ଜନପ୍ରତିନିଧି ସରକାରଙ୍କ ସହ ସମନ୍ୱୟ ରକ୍ଷା ନ କରିବାରୁ ବାଲେଶ୍ୱରରେ ଆଦୌ ବିକାଶ ହୋଇ ପାରିନାହିଁ। ବିଜେଡି ଏହାକୁ ଅସ୍ତ୍ର କରି ଭୋଟରମାନଙ୍କ ନିକଟକୁ ଯାଉଛି। ଅନ୍ୟପଟେ ବିଜେଡିରେ ଦେଖାଦେଇଥିବା ଅନ୍ତର୍କନ୍ଦଳ ପ୍ରସଙ୍ଗରେ ବାଲେଶ୍ୱର ବିଜେଡି ସଭାପତି ରବୀନ୍ଦ୍ର ଜେନା କହିଛନ୍ତି, ପୂର୍ବରୁ ଯାହା ବି ଥିଲା ତାହା ଆପୋସ ବୁଝାମଣା ଜରିଆରେ ସମାଧାନ ହୋଇସାରିଛି। ସମସ୍ତ କର୍ମୀ ଏବେ ଏକ ହୋଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟୀ କରିବା ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ