Masthead

ବାଂଶପାଳରେ ମାତିଛି ହାତୀ

ବାଂଶପାଳ(ବଡ଼ ଖବର ବ୍ୟୁରୋ): ବାଂଶପାଳରେ ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢି ରେଞ୍ଜ ଅଞ୍ଚଳରେ ହାତୀ ଉବଦ୍ରବ ବଢ଼ିବାରେ ଲାଗିଛି । ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି ୧୭ଟିକିଆ ହାତୀ ପଲ । ସଞ୍ଜ ନଇଁଲେ ହାତୀପଲ ହେଉଛନ୍ତି ଗାଁ ମୁହାଁ । ଗତକାଲି ରାତି ପ୍ରାୟ ୯ଟାରେ କଲାଣ୍ଡ ପଞ୍ଚାୟାତ ଭଗତପୁର ଗ୍ରାମର ଏକର ଏକର ଧାନକ୍ଷେତ ଦଳିଚକଟି ନଷ୍ଟ କରିଦେଇଛନ୍ତି ଏହି ହାତୀପଲ । କୁଶାଗୁଡ଼ା, ଜମ୍ଭରିପଶି, ଚାନ୍ଦପଶି ଆଦି ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି । ଖାଲି ଫସଲ ନଷ୍ଟ ନୁହେଁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଛି । ଦୁଇଦିନ ତଳେ ହାତୀ ହାବୁଡ଼ରେ ପଡ଼ି ଜମ୍ଭରିପଶି ଗ୍ରାମର ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ହାତୀପଲ ଭଗତପୁର ଗ୍ରାମ ମୁଣ୍ଡସାହିର ମଧୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ୬ ବସ୍ତା ଧାନ ଖାଇ ସମସ୍ତ ଧାନ ବିଡ଼ା ନଷ୍ଟ କରିଛନ୍ତି । ଶସ୍ୟ ଅମଳ ସମୟରେ ହାତୀପଲଙ୍କ ଉତ୍ପାତ ଚାଷୀଙ୍କ ଚିନ୍ତାର କାରଣ ସାଜିଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇଦେବା ସହ ହାତୀଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା