Masthead

ପୋଖରୀ ଖୋଳାକୁ ନେଇ ତାତିଲେ ଗ୍ରାମବାସୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ପଲ୍ଲିସଭା ନିଷ୍ପତ୍ତିକୁ ବିରୋଧ କରି ପଞ୍ଚାୟତ ପ୍ରତିନିଧିଙ୍କ ପକ୍ଷରୁ ମନମୁଖୀ ଅମୃତ ସରୋବର କାର୍ଯ୍ୟ ଚାଲୁଥିବା ବେଳେ ତାତିଲେ ଗ୍ରାମବାସୀ। ଏପରିକି ଜେସିବି ମେସିନ ଦ୍ୱାରା ପୋଖରୀ ଖୋଳା ଯାଉଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ୟକୁ ବିରୋଧ କରାଯାଇ କାର୍ଯ୍ୟ ବନ୍ଦ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅରିଲୋ ପଞ୍ଚାୟତରେ। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅରିଲୋ ପଞ୍ଚାୟତର ଅରିଲୋ ଗ୍ରାମରେ ଥିବା ଗ୍ରାମ ପୋଖରୀକୁ ଅମୃତ ସରୋବର ଯୋଜନାରେ ଅନ୍ତର୍ଭୁକ୍ତ କରାଇ ନୂତନ ମଡେଲ ପୋଖରୀ କରିବା ନିମନ୍ତେ ବ୍ଳକ କତ୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କାର୍ଯ୍ୟାଦେଶ ମିଳିବା ପରେ ନିୟମ ମୁତାବକ ଗ୍ରାମରେ ପଲ୍ଲିସଭା ବସିଥିଲା।

ପଲ୍ଲିସଭାରେ ସର୍ବସମ୍ମତି କ୍ରମେ ପଞ୍ଚାୟତର ଜବକାର୍ଡଧାରୀ ମାନେ ଏହି କାର୍ୟ୍ୟ କରିବେ ବୋଲି ନିଷ୍ପତ୍ତି ନିଆଗଲା। କିନ୍ତୁ ଶେଷରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ତଥା ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଜବକାର୍ଡଧାରୀଙ୍କୁ କାର୍ୟ୍ୟ କରିବାକୁ ନ ଦେଇ ମନମୁଖୀ ଭାବେ ମେସିନ ଲଗାଇ ପୋଖରୀ ଖନନ କାର୍ଯ୍ୟ କରୁଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ପଲ୍ଲିସଭାରେ ପ୍ରସ୍ତାବିତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରାନଯାଏ ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ। ତେବେ ଏ ବାବଦରେ ବ୍ଳକ ପ୍ରଶାସନର ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଗ୍ରାମ ପଲ୍ଲିସଭା ନିଷ୍ପତ୍ତି ଅନୁଯାୟୀ ଜବକାର୍ଡଧାରୀଙ୍କୁ ପ୍ରାଥମିକତା ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ