Masthead

ବିଜେଡି ସେ ବେଟି ବଚାଓ: ରଣଦୀପ ସୁର୍ଜେଓ୍ବାଲା

(ବଡ଼ ଖବର ବ୍ୟୁରୋ):  ବିଜେଡି ସେ ବେଟି ବଚାଓ। ବିଜୁ ଜନତା ଦଳ ଓଡ଼ିଶାକୁ କରିଦେଇଛି ଆପରାଧୀଙ୍କ ଚରା ଭୁଇଁ। ଜଗନ୍ନାଥ ଭୂମି ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳି। ରକ୍ଷକ ଏଠି ଭକ୍ଷକ ସାଜିଲେ ରାଜ୍ୟର ବେଟିଙ୍କୁ ସୁରକ୍ଷା ଦେଵ କିଏ ? ଯେତେବେଳେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ। ସେଠି ମମିତାକୁ ନ୍ୟାୟ ଦେଵ କିଏ ? ଯେଉଁଠି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ସେଠି କେମିତି ନ୍ୟାୟ ମିଳିବ। ଓଡିଶା ଗସ୍ତରେ ଥିବା କଂଗ୍ରେସ ମହାସଚିବ ରଣଦୀପ ସୁର୍ଜେଓ୍ବାଲା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛନ୍ତି। ମମିତା ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ କଂଗ୍ରେସ ଲଢେଇ କରିବ।

୨୧ ବର୍ଷର ସରକାରକୁ ୨୧ ମିନିରେ କ୍ଷମତାଚ୍ୟୁତ କରିବା। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଣଦୀପ ନବୀନଙ୍କୁ ୫ ଟି ପ୍ରଶ୍ନ କରିଛନ୍ତି …

୧ – ମମିତା ହତ୍ୟାକାଣ୍ଡ ଏବଂ ମହାଲିଙ୍ଗ କଲେଜରେ ହେଉଥିବା ଯୌନଶୋଷଣ ଏବେବି ରହସ୍ୟ ଘେରରେ। ପୋଲିସ ଏହି ରହସ୍ୟ ଉପରୁ ପରଦା ଉଠାଇବ କି?

୨ – ରକ୍ଷକ ହିଁ ଓଡ଼ିଶାରେ ଭକ୍ଷକ। ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମୃକ୍ତି ରହିଛି। କାହିଁକି ଏହାର ଦତନ୍ତ  ହେଉ ନାହିଁ। ତାର ଉତ୍ତର ଦିଅନ୍ତୁ?

୩ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦେଶ ଦେବେ କି?

୪ – ରାଜ୍ୟରେ ବହୁ ରାଜନୈତିକ ହିଂସା ଘଟୁଛି। ଯେଉଥିରେ ବିଧାୟକ, ସାଂସଦ, ନେତା, ମନ୍ତ୍ରୀ ସମ୍ପୃକ୍ତି ରହିଛି। ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କାହିଁକି ହେଉ ନାହିଁ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବେ କି ?

୫ – ମମିତା ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଦଣ୍ଡ ଦେବେ କି ?

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି