Masthead

ଅନାହାର ମୃତ୍ୟୁକୁ ଅପେକ୍ଷା

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଏକ କୃଷି ପ୍ରଧାନ ଜିଲ୍ଲା । କିନ୍ତୁ ସରକାର ଏଠାରେ ଗଢ଼ିଥିଲେ ଗୋଟିଏ ପରେ ଗୋଟିଏ କଳକାରଖାନା । ଆଉ ଏହି କଳକାରଖାନାଗୁଡିକ ସ୍ଥାନୀୟ ଲୋକଙ୍କୁ ଦିଆଯାଇଥିଲା ନିଯୁକ୍ତି । ତେବେ ଧାନ ପରେ ବରଗଡ଼ ଜିଲ୍ଲା ଏବଂ ଆଖପାଖରେ ବ୍ୟାପକ ଆଖୁଚାଷ ହେଉଥିବାରୁ ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ବରଗଡ଼ର ତୋରା ଠାରେ ପ୍ରତିଷ୍ଠା କରିଥିଲେ ସମବାୟ ଚିନି କାରଖାନା । ଏହି କାରଖାନାରେ ଦୈନିକ ୧୨୫୦ରୁ ୧୫ଶହ ଟନ୍ ଆଖୁ ପେଡାଯାଉଥିଲା । ଉନ୍ନତମାନର ଚିନି ଉତ୍ପାଦନ କରାଯାଉଥିଲା । ହେଲେ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ବନ୍ଦ ହୋଇଯାଇଛି ଚିନି କାରଖାନା । ତୋରାସ୍ଥିତ ଏହି କାରଖାନା ଉପରେ ୭ ହଜାର କୃଷକ ଓ ୧୫ ଶହ କୃଷି ଶ୍ରମିକ ନିର୍ଭର କରୁଥିଲେ । ତା’ ବାହାରେ ଆହୁରି ଅନେକ ଲୋକ ପରୋକ୍ଷରେ ମଧ୍ୟ ଏହି କାରଖାନା ଦ୍ୱାରା ଲାଭ ପାଉଥିଲେ । କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କଲୋନୀ ମଧ୍ୟ ତିଆରି ହୋଇଥିଲା । କିନ୍ତୁ ଏବେ ସବୁ ଠପ୍ ହୋଇଯାଇଛି ।

ରାଜନେତାଙ୍କ ଅପାରଗତା ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ବନ୍ଦ ହେବାକୁ ଯାଉଛି ଗୋଟିଏ ପରେ ଗୋଟିଏ କଳକାରଖାନା । କଳକାରଖାନାଗୁଡିକ ବନ୍ଦ ହୋଇଯିବା ଫଳରେ ତା’ର ସିଧାସଳଖ ପ୍ରଭାବ ପଡୁଛି ସେଠାରେ କାମ କରୁଥିବା ତଥା ତା ଉପରେ ନିର୍ଭର କରୁଥିବା ଲୋକଙ୍କ ଉପରେ । ଗତ କିଛିଦିନ ହେବ ବରଗଡ଼ ଜିଲ୍ଲାରେ ରହିଥିବା ସମବାୟ ଚିନି କାରଖାନା ବନ୍ଦ ହୋଇଯିବା ପରେ ଅନାହାର ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ।

ସମବାୟ ଚିନି କାରଖାନା ବନ୍ଦ ହେବା ପରେ ୪୦ ମାସ ହେଲା ଦରମା ପାଇନାହାନ୍ତି କର୍ମଚାରୀ । ଫଳରେ ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏପରିକି ପିଲାଙ୍କ ପଢିବା ଖର୍ଚ୍ଚ ମଧ୍ୟ ତୁଲାଇ ପାରୁନାହାନ୍ତି ଅଭିଭାବକ । ସେମାନେ ରହୁଥିବା କଲୋନୀର ବିଦ୍ୟୁତ ବିଲ ପଇଠ କରାନଯିବା ଯୋଗୁଁ ଲାଇନ କାଟି ଦେଇଛନ୍ତି ବିଦ୍ୟୁତ ବିଭାଗ । ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି କଲୋନୀବାସୀ । ଖାଲି ଏତିକି ନୁହେଁ ଲାଇନ କଟିଯିବା ଯୋଗୁଁ ପାନୀୟ ଜଳ ଟୋପେ ମଧ୍ୟ ପାଇପାରୁନାହାନ୍ତି କଲୋନୀ ଲୋକେ । ଗତ ସାଧାରଣ ନିର୍ବାଚନ ସମୟରେ ବରଗଡ଼ ସମବାୟ ଚିନି କାରଖାନା ପୁନରୁଦ୍ଧାର ନିମନ୍ତେ ସରକାର ୧୧ କୋଟି ଟଙ୍କା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ନିର୍ବାଚନ ପରେ ପରେ ଦେଇଥିବା ପ୍ରତିଶୃତିରୁ ଓହରିଯାଇଛନ୍ତି ସରକାର ।

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ ହେବା ପରେ ଅନାହାରରେ ଅସହାୟ ଭାବେ ଦିନ କାଟୁଛନ୍ତି ଚିନି କାରଖାନାରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ପରିବାର । କାରଖାନକୁ ପୁନଃ କାର୍ୟ୍ୟକ୍ଷମ ତଥା କଲୋନୀ ଲାଇନ ନ କାଟିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ସେମାନେ ଗୁହାରି କରିଥିଲେ ହେଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାର ସଦସ୍ୟ । ଏ ଅଞ୍ଚଳରେ ଆଖୁ ଉତ୍ପାଦନ କମିଯାଇଥିବାରୁ କାରଖାନ ବନ୍ଦ ହୋଇଯାଇଥିବା କହିଛନ୍ତି ବରଗଡ଼ ଜିଲ୍ଲା ସମବାୟ ଅଧିକାରୀ ଭକ୍ତବନ୍ଧୁ ସାହୁ ।

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କଳାତିପାତ କରୁଥିବା ବରଗଡ଼ ସମବାୟ ଚିନି କାରଖାନା ଉପରେ ନିର୍ଭରଶୀଳ ଲୋକଙ୍କ ସମସ୍ୟା ପ୍ରକୃତରେ ସରକାର ସମାଧାନ କରୁଛନ୍ତି ନା ସେମାନଙ୍କ ସମସ୍ୟା ପ୍ରତି ଆଖି ବୁଝିଦେଉଛନ୍ତି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି