Masthead

୩ ଦିନରେ ୩ଥର ଦଳ ବଦଳାଇ ଜିଲ୍ଲା ଉପସଭାପତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟକ୍ତିଗତ ଫାଇଦା ପାଇଁ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ଏକ ସାଧାରଣ ଘଟଣା ପାଲଟିଛି । ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ଏବେର ଘଟଣା ନୁହେଁ । ୧୯୬୭ ମସିହାରେ ହରିୟାଣାର ପଲ୍ଲବଲ ଜିଲ୍ଲା ହସନପୁର ବିଧାୟକ ଗୟା ଲାଲ ସେ ଗୋଟିଏ ଦିନରେ ୩ ଥର ବଦଳାଇ ଥିଲେ ଦଳ । ପ୍ରଥମେ କଂଗ୍ରେସ ଛାଡ଼ି ଜନତା ପାର୍ଟି କିଛି ଘଣ୍ଟା ମଧ୍ୟରେ ପୁଣି ଫେରିଥିଲେ କଂଗ୍ରେସକୁ । ପୁଣି ମାତ୍ର ୯ ଘଣ୍ଟା ପରେ ଫେରିଥିଲେ ଜନତା ଦଳକୁ । ମନ ସନ୍ତୁଷ୍ଟ ହୋଇନଥିଲା ସେ ପୁଣି ଫେରିଥିଲେ କଂଗ୍ରେସକୁ । ଆଉ ଏବେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ଦେବ କୁମାର ଦେ ।

ସେ ଗତ ୫ ଦିନ ଭିତରେ ଯେପରି ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଉଁଛନ୍ତି ତାକୁ ନେଇ ସହଜରେ କିଏ ବିଶ୍ୱାସ କରିପାରୁନାହାନ୍ତି । ଶ୍ରୀରାମପୁର ପଞ୍ଚାୟତ ସରପଞ୍ଚ ତଥା ବାଳିଆପାଳ ବ୍ଲକ ସରପଞ୍ଚ ସଙ୍ଘର ସଭାପତି ହେଉଛନ୍ତି ଦେବ କୁମାର ଦେ । ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଦେବ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତ ୨୮ରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ । ବଡ଼ ବଡ଼ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦେବ ବିଜେଡି ପାଇଁ କାମ କରିବାକୁ ଘୋଷଣା କରିଥିଲେ ।

କିନ୍ତୁ ୩ ଦିନ ପରେ ତାଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା । ସେ ପୁଣି କଂଗ୍ରେକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରବିବାର କଂଗ୍ରେସରେ ମିଶିଥିବାବେଳେ ବିଜେଡି ଉପରେ ଖୁବ୍ ବର୍ଷିଥିଲେ । ଆଉ ମଙ୍ଗଳବାର ପୁଣି ଦେବ ବିଜେଡିକୁ ଫେରିଛନ୍ତି । ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଆଉ ଏବେ ଦେବଙ୍କୁ ମିଳିଲା ବାଲେଶ୍ୱର ବିଜେଡି ଉପସଭାପତି ପଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି