Masthead

ଆରପାରିରେ ମାମା ଶକୁନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରପାରିରେ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ସରବଜିତ ଗୁଫି  ପେଣ୍ଟଲ । ଦୀର୍ଘଦିନର ଅସୁସ୍ଥତା ପରେ ଶେଷରେ ଆଖିବୁଜିଛନ୍ତି ଗୁଫୀ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା । ଏହି ଖବର ପରେ ଟିଭି ଓ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ରୋଗାଗ୍ରାସ୍ତ ଯୋଗୁଁ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଗୁଫି ପେଣ୍ଟଲ । ଗୁଫି ପେଣ୍ଟଲ ମହାଭାରତର ଶକୁନି ମାମା ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ଅଭିନେତା ହେବା ପୂର୍ବରୁ ସେନାରେ ଥିଲେ । ନିଜ ଭାଇଙ୍କଠାରୁ ଅନୁପ୍ରାଣିତ ହୋଇ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଅଶି ଦଶକରେ ଗୁଫି ପ୍ରଥମେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ।

୧୯୭୫ରେ ରିଲିଜ ହୋଇଥିବା ଫିଲ୍ମ ‘ରଫୁ ଚକ୍କର’ରେ ସେ ପ୍ରଥମେ ଅଭିନୟ କରିଥିଲେ। ତା’ପରେ ‘ଦିଲଲଗି’, ଦେଶ ପରଦେଶ ଓ ସୁହାଗ ଆଦି ଫିଲ୍ମରେ ଅଭିନୟ କରିଥିଲେ। ତେବେ ଗୁଫି ସାରା ଦେଶରେ ଜଣାଶୁଣା ହୋଇଥିଲେ ୧୯୮୮ରୁ ୧୯୯୦ ପର୍ୟ୍ୟନ୍ତ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିବା ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ ମାଧ୍ୟମରେ। ‘ମହାଭାରତ’ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ। ଆଉ ଏହି ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା। ପରେ  ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’,  ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା