Before Header

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ , ଏବେ ଅବୈଧ ପିଲା ବି ପାଇବେ ପୈତୃକ ସମ୍ପତ୍ତି

0 112

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପିତା-ମାତାଙ୍କ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ । ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ପିଲା କେବଳ ପିତା-ମାତାଙ୍କ ସ୍ୱ-ଅର୍ଜିତ ସମ୍ପତ୍ତିରୁ ଭାଗ ପାଉଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କୁ ପୈତୃକ ସମ୍ପତ୍ତିର ଉତରାଧିକାରୀ ଭାବେ ଆଇନଗତ ମାନ୍ୟତା ମିଳିଛି ।

ଏହା କେବଳ ଅଭିବାଜିତ ହିନ୍ଦୁ ପରିବାରର ସମ୍ପତି ଭାଗବଣ୍ଟାରେ ଲାଗୁ ହେବ । ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୬ର ଉପଧାରା ୩ରେ ପରିସୀମା ବଢିଛି । ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା, ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.